Tuesday , June 15 2021
Breaking News
Home / ବିଶେଷ / ଦାୟିତ୍ୱ ନେଲେ ସ୍ୱରାଷ୍ଟ୍ର ସଚିବ ସଂଜୀବ ଚୋପ୍ରା

ଦାୟିତ୍ୱ ନେଲେ ସ୍ୱରାଷ୍ଟ୍ର ସଚିବ ସଂଜୀବ ଚୋପ୍ରା

ଭୁବନେଶ୍ୱର , ୨୦/୮/୨୦୧୯(ଓଡ଼ିଶା ସମାଚାର)-  ସ୍ୱରାଷ୍ଟ୍ର ବିଭାଗ ସଚିବ ଭାବେ ସଂଜୀବ ଚୋପ୍ରା ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା ଉପରେ ସେ ପ୍ରାଥମିକତା ଦେବେ । ବିଭିନ୍ନ ସମୟରେ ଜନ ସାଧାରଣ ଓ ପୋଲିସ୍ କର୍ମଚାରୀ ମୁହାଁମୁହିଁ ଘଟଣା ସାମ୍ନାକୁ ଆସୁଛି । ଏହାକୁ ଦୂର କରିବା ପାଇଁ ସେ କମ୍ୟୁନିଟି ପୋଲିସିଂ ଉପରେ ଗୁରୁତ୍ୱ ଦେବେ । ମହିଳା , ଶିଶୁ କନ୍ୟା . ଦୁର୍ବଳ ତଥା ଅସହାୟ ଙ୍କୁ ଯେପରି ସାମାଜିକ ନ୍ୟାୟ ମିଳିପାରିବ ସେଥିପ୍ରତି ସେ ଦୃଷ୍ଟି ଦେବେ । ପୋଲିସ୍ କୁ ଅଧିକ ଦକ୍ଷ କରିବାପାଇଁ ସେ ଉଦ୍ୟମ କରିବେ । ତାଙ୍କ ପୂର୍ବରୁ ଥିବା ସଚିବ ମାନେ ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ତାହାକୁ ସେ ଆଗକୁ ନେବେ । ସେହିପରି କୃଷି ଉତ୍ପାଦ କମିଶନର ପ୍ରଦୀପ୍ତ ମହାପାତ୍ର କହିଛନ୍ତିି ଯେ କୃଷିର ବିକାଶକୁ ତ୍ୱରାନ୍ୱିତ କରାଯିବ । ଚାଷୀ ପାଇଁ ହୋଇଥିବା ଯୋଜନାର କାର୍ଯ୍ୟକାରୀତା ଉପରେ ଗୁରୁତ୍ୱ ଦିଆଯିବ । ଚାଷ ପାଇଁ ଜଳସେଚନ ବ୍ୟବସ୍ଥା ତ୍ୱରାନ୍ୱିତ ହେବ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *