Sunday , June 20 2021
Home / ବିଶେଷ / ଦାଶରଥି ଶତପଥୀ ବିଧାନସଭା ସଚିବ ଦାୟିତ୍ୱ ଗ୍ରହଣ କଲେ

ଦାଶରଥି ଶତପଥୀ ବିଧାନସଭା ସଚିବ ଦାୟିତ୍ୱ ଗ୍ରହଣ କଲେ

ଭୁବନେଶ୍ୱର, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)- ବିଧାନସଭା ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ଦାଶରଥି ଶତପଥୀ । ଶ୍ରୀ ଶତପଥୀ ପୂର୍ବରୁ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ୨୦୧୫ ଜୁଲାଇରୁ ୨୦୧୮ ଅଗଷ୍ଟ ପର୍ଯ୍ୟନ୍ତ ସୁବର୍ଣ୍ଣପୁରର ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲୋ । ପରେ ୨୦୧୮ ଅଗଷ୍ଟରେ କେନ୍ଦ୍ରାପଡ଼ାର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଗତ ମେଁ ୭ରେ ତାଙ୍କୁ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ତେବେ ଶ୍ରୀ ଶତପଥୀଙ୍କ କାର୍ଯ୍ୟଦକ୍ଷତା ଏବଂ ଅଭିଜ୍ଞତାକୁ ନଜର ଦେଇ ରାଜ୍ୟ ସରକାର ତାଙ୍କୁ ବିଧାନସଭାର ସଚିବ ପଦବୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ଶତପଥୀ ଜିଲ୍ଲାପାଳ ଥିବା ସମୟରେ ଜନସାଧାରଣଙ୍କ ସୁବିଧା ଏବଂ ସବୁ ବର୍ଗର ଲୋକଙ୍କୁ ଯେପରି ସେମାନଙ୍କର ଅଧିକାର ମିଳିବ ସେ ଦିଗରେ ସର୍ବାଧିକ ଗୁରୁତ୍ୱ ଦେଉଥିଲେ । ଏପରିକି ବୈଧମାପ ବିଜ୍ଞାନ ନିର୍ଦ୍ଦେଶାଳୟର ନିୟନ୍ତ୍ରକ ପଦବୀରେ ନିଯୁକ୍ତ ହେବା ପରେ ଖୁବକମ୍ ସମୟରେ ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ପଦକ୍ଷେପ ନେଇଥିଲେ । ବିଧାନସଭାର ସଚିବ ଭାବେ ନିଯୁକ୍ତି ପାଇବା ପରେ ସମସ୍ତ କାର୍ଯ୍ୟ ଯେପରି ଠିକ୍ ଏବଂ ନିର୍ଦ୍ଧାରତି ସମୟ ମଧ୍ୟରେ ହେବ ସେ ଦିଗରେ ସର୍ବାଧିକ ଯତ୍ନବାନ ରହିବେ ବୋଲି କହିଛନ୍ତି । ଏହାବ୍ୟତୀତ ବିଧାନସଭା ପରିସରରେ ଥିବା ପାର୍କର ସର୍ବାଧିକ ଉନ୍ନତି ଲାଗି ନଜର ଦେବେ ବୋଲି ଶ୍ରୀ ଶତପଥୀ କହିଛନ୍ତି । ସୋମବାର କାର୍ଯ୍ୟରେ ଯୋଗଦେବା ପରେ ବିଧାନସଭାର କର୍ମଚାରୀମାନେ ଶ୍ରୀ ଶତପଥୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *