Tuesday , August 3 2021
Breaking News
Home / ବିଶେଷ / ଦାମନଯୋଡ଼ିର ରକ୍ତଦାତା, ମହାରାଷ୍ଟ୍ରରେ ସମ୍ମାନିତ ପାଇଁ ମନୋନୀତ

ଦାମନଯୋଡ଼ିର ରକ୍ତଦାତା, ମହାରାଷ୍ଟ୍ରରେ ସମ୍ମାନିତ ପାଇଁ ମନୋନୀତ

ଦାମନଯୋଡ଼ି,୧୯/୧୦/୨୦୧୯(ଓଡ଼ିଶା ସମାଚାର)-କୋରାପୁଟ ଜିଲା ନାଲକୋ କାରଖାନାରେ ସୁପରିନଟେଣ୍ଡେଂଟ ଅପରେସନ ବିଭାଗରେ କାର୍ଯ୍ୟରତ ସୁକାନ୍ତ କୁମାର ମହାରଣାଙ୍କୁ ମହାରାଷ୍ଟ୍ରର ତସଗାଓଁ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମମ୍ମାନୀତ କରାଯିବା ପାଇଁ ମନୋନୀତ କରାଯାଇଛି । ତାଙ୍କର ବ୍ଲଡ ଗ୍ରୁପ ଏକ ସ୍ୱତନ୍ତ୍ର ଏବଂ ବିରଳ ମଧ୍ୟ । ଓଏଚ+ ବମ୍ବେ ଫେନୋଟାଇପ ଏହି ବର୍ଗର ବ୍ଲଡ ଗ୍ରୁପ ନିଆରା ଅଟେ । ପ୍ରାୟ କ୍ୱଚିତ ଲୋକଙ୍କ ପାଖରେ ଏହି ବ୍ଲଡ ଗ୍ରୁପ ଦେଖାଦିଏ । ସୁକାନ୍ତ କୁମାର ମହାରଣା ପୋଚାଗଡ଼ର ଏକ ନାବାଳିକାକୁ ରକ୍ତଦାନ କରି ଜୀବନ ବଂଚାଇଥିଲେ । ଓଡ଼ିଶାର ରାଉରକେଲା, ନରାଜ, ବାଲେଶ୍ୱର ଆଦି ବିଭିନ୍ନ ଅଂଚଳକୁ ଡ଼ାକରା ପାଇବା ମାତ୍ରେ ଶ୍ରଦ୍ଧାର ସହ ପହଂଚିଯାଇ ରକ୍ତଦାନ କରିଥା’ନ୍ତି । ଅକ୍ଟୋବର ୩୦ତାରିଖରେ ବମ୍ବେ ବ୍ଲଡଗ୍ରୁପ ଅର୍ଗାନାଇଜେସନ ପକ୍ଷରୁ ଜାତୀୟ ସ୍ତରୀୟ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ହେବା ପାଇଁ ମନୋନୀତ ହେବା ପରେ ରକ୍ତଦାତାଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଉକ୍ରଳ ସାମ୍ବାଦିକ ସଂଘ କୋରାପୁଟ ଜିଲା ଶାଖାର ସଭାପତି ନରସିଂହ ବ୍ରହ୍ମା ତାଙ୍କର ମହତ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ …

Leave a Reply

Your email address will not be published. Required fields are marked *