Thursday , June 17 2021
Breaking News
Home / ତାଜା ଖବର / ଥାନା ହାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ଥାନା ହାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ସୁନ୍ଦରଗଡ଼, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )- ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ହାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ମଧ୍ୟପ୍ରଦେଶ ଅନ୍ତର୍ଗତ ସାଗରରୁ ଗିରଫ ହୋଇଥିବା ସୁନୀଲ ଲୋଧୀ । ସେ ହାଜତ ଘର ଚୌକାଠରେ ନିଜ ପିନ୍ଧା ଲୁଗା ଦ୍ୱାରା ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି । ସଦର ଏସ୍ଡିପିଓ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଗତ ଜୁନ୍ ୨୬ରେ ଧରୁଆଡ଼ିହି ଥାନା ମାନମୁଣ୍ଡା ଗାଁର ଜଣେ ନାବାଳିକାଙ୍କୁ ଅଗରବତି କାରଖାନାରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଦୁଇଜଣ ଦଲାଲ ଯୁଗଳ ଓରାମ ଓ ସବିତା ଦୁବେ ମଧ୍ୟପ୍ରଦେଶର କଟନୀରେ ବିକ୍ରି କରିଥିଲେ । ସେଠାରେ ସୁନୀଲ ନାବାଳିକାଙ୍କୁ ଜୋରଜବରଦସ୍ତ ବିବାହ କରିଥିବା ସୂଚନା ପାଇ ନାବାଳିକାଙ୍କ ମା’ ଧରୁଆଡ଼ିହି ଥାନାରେ ଏତଲା ଦେଇଥିଲେ । ଗତ ଜୁଲାଇ ୭ରେ ଏ ନେଇ ମାମଲା ରୁଜୁ ହୋଇଥିଲା । ଏସ୍ପି ସୋମ୍ୟା ମିଶ୍ରଙ୍କ ନିର୍ଦ୍ଦେଶରେ ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ କିଛିଦିନ ପୂର୍ବରୁ ଦୁଇ ଦଲାଲଙ୍କୁ ଗିରଫ କରିଥିବାବେଳେ ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ସୁନୀଲ ଲୋଧୀଙ୍କୁ ଗିରଫ କରି ସୁନ୍ଦରଗଡ଼ ଆଣିଥିଲା । ସୁନ୍ଦରଗଡ଼ ଆସିଲା ପରେ ଉଭୟ ନାବାଳିକା ଓ ସୁନୀଲଙ୍କ ଡାକ୍ତରୀମାଇନା କରାଯାଇଥିଲା । ପରେ ସୁନୀଲକୁ ଧରୁଆଡ଼ିହି ଥାନା ହାଜତରେ ରଖାଯାଇଥିଲା । ମାତ୍ର ରାତିରେ ସୁନୀଲ ବେକରେ ଫାଶୀ ଲଗାଇଦେଇଥିବା ଦେଖିବାକୁ ମିଳିଥିଲା । ସୁନୀଲ ଆତ୍ମହତ୍ୟା କରିଥିବା କଥା ତଦନ୍ତକାରୀ ଅଧିକାରୀ ତଥା ସୁନ୍ଦରଗଡ଼ ଏସ୍ଡିପିଓ ବଳଭଦ୍ର ଦୀପ କହିଛନ୍ତି । ତେବେ ଜାତୀୟ ମାନବ ଅଧିକାର କମିଶନଙ୍କ ନିୟମ ଅନୁଯାୟୀ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ଡିପିଓ ସୂଚନା ଦେଇଛନ୍ତି । ସୁନୀଲଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ ରିପୋର୍ଟ ଆସିଲା ପରେ ଆତ୍ମହତ୍ୟାର ଗୁମର ଫିଟିବା ନେଇ ଆଶା କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *