Thursday , June 17 2021
Home / ବିଶେଷ / ତ୍ରିଲୋଚନ ପ୍ରଧାନଙ୍କ ସ୍ମୃତିଚାରଣ ଓ ସମ୍ବର୍ଦ୍ଧନା ଉତ୍ସବ

ତ୍ରିଲୋଚନ ପ୍ରଧାନଙ୍କ ସ୍ମୃତିଚାରଣ ଓ ସମ୍ବର୍ଦ୍ଧନା ଉତ୍ସବ

ବାଙ୍କୀ, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ବାଙ୍କୀ ବ୍ଲକ ପଥୁରିପଡା ପଂଚାୟତ ପଶାଣିଆ ଗ୍ରାମରେ ସୋମବାର ଅଂଚଳର ପ୍ରମୁଖ ଶିକ୍ଷାବିତ ତଥା ସମାଜସେବୀ ସ୍ୱର୍ଗତ ତ୍ରିଲୋଚନ ପ୍ରଧାନଙ୍କ ଦଶମ ଶ୍ରାଦ୍ଧବାର୍ଷିକ ପାଳନ ଅବସରରେ ଏକ ସ୍ମୃତିଚାରଣ ସଭା ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତକୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ତ୍ରିଲୋଚନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ପରେ ଏକ ସ୍ମୃତିଚାରଣ ସଭା ସ୍ମୃତି ସଂସଦ ସଭାପତି ବିଜୟକୁମାର ପ୍ରତିହାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, କଂଟାପଡା ପଂଚାୟତ ସମିତି ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁ, ସମିତିସଭ୍ୟ ଗୀତାଞ୍ଜଳୀ ପ୍ରଧାନ, ପରଜଙ୍ଗ ପଂଚାୟତ ସମିତି ପ୍ରତିନିଧି ସରପଂଚ କାରଣ ବେହେରା ପ୍ରମୁଖ ଯୋଗଦେଇଥିଲା ବେଳେ ମୁଖ୍ୟବକ୍ତା ଭାବରେ ଅଂଶୁପା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପକୁମାର ବେଉରା ଯୋଗଦେଇ ସ୍ୱର୍ଗତ ପ୍ରଧାନଙ୍କର ନୀତି, ଆଦର୍ଶ, ନିଷ୍ଠା ଓ କର୍ମତତ୍ପରତା ସମ୍ପର୍କରେ ଆଲୋକପାତ କରି ଅଂଚଳର ଶିକ୍ଷାବିତ ସ୍ୱର୍ଗତ ତ୍ରିଲୋଚନ ପ୍ରଧାନଙ୍କ ସ୍ମୃତିଗାନ କରିଥିଲେ । ସଭାକୁ ସମାଜସେବୀ ଜୟପ୍ରକାଶ ମିଶ୍ର ସଂଯୋଜନା କରିଥିଲା ବେଳେ ସମ୍ପାଦକ ଫାଲଗୁନୀ ପ୍ରଧାନ ଉପସ୍ଥିତ ଥିଲେ । ଉପସଭାପତି ସଦାଶିବ ଦାସ ସଂସଦର ବିବରଣୀ ପାଠ କରିଥିଲେ । ସଂସଦପକ୍ଷରୁ ପୂର୍ବତନ ବିଧାୟକ ପ୍ରଭାତକୁମାର ତ୍ରିପାଠୀଙ୍କୁ ବାଙ୍କୀର ବିଶ୍ୱକର୍ମା ସମ୍ମାନରେ ସମ୍ମାନିତ କରାଯାଇ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ବିବିଧକ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଅକ୍ଷୟକୁମାର ବେଉରା, ସ୍ମିତାରାଣୀ ସ୍ୱାଇଁ, ଅଧ୍ୟାପକ ଶ୍ରୀକାନ୍ତକୁମାର ଦାସ, ସାମ୍ବାଦିକ ଅନନ୍ତଚରଣ ପଟ୍ଟନାୟକ, ଆଶାକର୍ମୀ ସତ୍ୟଭାମା ଦେଉରୀ, ଚାଷୀ ଅର୍ଜୁନ ରାଉତ, କୃତୀ ଛାତ୍ର ସୁପ୍ରିୟ ପ୍ରଧାନ, ଚିତରଞ୍ଜନ ଖଟୁଆ ପ୍ରମୁଖଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା । ଅଂଚଳର ସମାଜସେବୀ ସଦାଶିବ ଦାସ ଓ ଜୟପ୍ରକାଶ ମିଶ୍ର ମୁଖ୍ୟଅତିଥିଙ୍କଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ମହିଳା ଭାଗବତ ପରିବେଷଣରେ ସ୍ମୃତିଚାରଣ ସଭା ଉତ୍ସବମୂଖର ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *