Tuesday , June 15 2021
Breaking News
Home / ବିଶେଷ / ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସମିତି ଲିଃ.ର ନୂତନ କର୍ମକର୍ତା ମନୋନୀତ

ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସମିତି ଲିଃ.ର ନୂତନ କର୍ମକର୍ତା ମନୋନୀତ

ଅଭିରାମ ସାମଲ ସଭାପତି ଓ ସଂପାଦକ ନେତ୍ରାନନ୍ଦ ସାମଲ

ପାରାଦ୍ୱୀପ ୩୧/୦୭/୨୦୧୯ (ଓଡିଶା ସମାଚାର/ଦୀପକ କୁମାର ଦାସ)- ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସମିତି ଲିଃ ପାରାଦ୍ୱୀପ ର ବିଶେଷ ସାଧାରଣ ପରିଷଦ ବୈଠକ ଜିରୋ ପଏନ୍ଟ ସ୍ଥିତ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ସଭାପତି ତଥା ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସମିତିର ଅଧ୍ୟକ୍ଷ ଓ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ବିଶିଷ୍ଟ ଶ୍ରମିକ ନେତା ଶ୍ରୀ  ସନ୍ତୋଷ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଶ୍ରମିକ ସଂଘର ସାଧାରଣ ସଂପାଦକ ଶ୍ରୀ ପଦ୍ମଲୋଚନ ଦାସ ସ୍ୱାଗତ ବାଷଣ ଓ ଆଜିକାର ବୈଠକ ସମ୍ପର୍କରେ ସବିଷେଶ ବିବରଣୀ ପ୍ରଦାନ କରିଥିଲେ । ସର୍ବ ସମ୍ମତି କ୍ରମେ ପୂର୍ବ ବର୍ଷର କାର୍ଯ୍ୟକର୍ତା ମାନଙ୍କୁ ସଂପୂର୍ଣ୍ଣ ପରିବର୍ତନ କରାଯାଇଛି । ଆଜିର ବୈଠକରେ ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସମିତିର ସଭାପତି ଭାବେ ଶ୍ରୀ ଅଭିରାମ ସାମଲ ଓ ସଂପାଦକ ଭାବେ ଶ୍ରୀ ନେତ୍ରାନନ୍ଦ ସାମଲଙ୍କୁ ମନୋନୀତ କରାଯାଇଥିଲା । ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ଦିଲ୍ଲିପ କୁମାର ବେହେରା, ସହ ସଂପାଦକ ନିରଞନ ନାୟକ , ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘର ସଭାପତି ଶ୍ରୀ ଚିନ୍ମୟ ଦାସ ପ୍ରମୁଖ ସମବାୟ ସମିତିର କାର୍ଯ୍ୟକ୍ରମ ଓ ପରିଚାଳନା ସଂପର୍କରେ ମୁଲ୍ୟବାନ ମତାମତ ରଖିଥିଲେ । ମିହିରକାନ୍ତ ସାହୁ, ବରିଷ୍ଠ ସଭ୍ୟ ବିଶ୍ୱମ୍ବର ତରାଇଙ୍କ ସମେତ ସଂଗଠନର କାର୍ଯ୍ୟକର୍ତା ଓ ସଭ୍ୟ ସଭ୍ୟା ଉପସ୍ଥିତ ରହି କରତାଳି ଦେଇ ନୂତନ କର୍ମକର୍ତାଙ୍କୁ ସମର୍ଥନ କରିଥିଲେ । ନୂତନ ସଭାପତି ଶ୍ରୀ ଅଭିରାମ ସାମଲ ଓ ସଂପାଦକ ଶ୍ରୀ ନେତ୍ରାନନ୍ଦ ସାମଲଙ୍କୁ ଅଙ୍ଗ ବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *