Thursday , June 24 2021
Breaking News
Home / ଶିକ୍ଷା / ତେଣ୍ଡାକୁଡ଼ା ବିଜୟ ମହାବିଦ୍ୟାଳୟ ର ଯୁକ୍ତ ୨ ପ୍ରଥମ ବାର୍ଷିକ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ତେଣ୍ଡାକୁଡ଼ା ବିଜୟ ମହାବିଦ୍ୟାଳୟ ର ଯୁକ୍ତ ୨ ପ୍ରଥମ ବାର୍ଷିକ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଗରଦପୁର, ୩୦/୦୭/୨୦୧୯ ( ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ବିଜୟ ମହାବିଦ୍ୟାଳୟ ରେ ଯୁକ୍ତ ୨ ପ୍ରଥମ ବାର୍ଷିକ ଛାତ୍ର ଛାତ୍ରୀ ଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷା ବିଭାଗର ଅଧ୍ୟାପକ ବସନ୍ତ କୁମାର ପାତ୍ର ବାର୍ଷିକ ବୀବରଣୀ ପାଠ କରିଥିଲେ । ଦ୍ୱିତୀୟ ବାର୍ଷିକ ଛାତ୍ରୀମାନେ ସ୍ୱାଗତ ଗୀତିକା ଗାନ କରି ନୂତନ ବର୍ଷର ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କରିଥିଲେ । ଉକ୍ତ ଉତ୍ସବରେ ଜଗତସିଂହପୁର ଆଇଡ଼ିବିଆଇ ବ୍ୟାଙ୍କର ଶାଖା ପରିଚାଳକ ସୁଧାଂଶୁ ମୋହନ ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାମ୍ପ୍ରତିକ ଶିକ୍ଷା ପଦ୍ଧତି ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ବୌଦ୍ଧିକ ଜ୍ଞାନର ପରିବ୍ୟପ୍ତା ବଦଳରେ ଶିକ୍ଷା ଆହରଣ ସହ ମୌଳିକ ଜ୍ଞାନର ଉପଯୋଗୀତା ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇ ପାରିବାର ଦୃଷ୍ଟାନ୍ତ ବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଜଗତସିଂହପୁର ଜିଲା ଅନ୍ତର୍ଗତ କୁର୍ତାଙ୍ଗସ୍ଥିତ ସ୍ୱାମୀ ଅରୂପାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ମହାନ୍ତି ଯୋଗଦାନ କରି ନୀୟମିତ ଶ୍ରେଣୀ ଶିକ୍ଷା ଗ୍ରହଣ ଓ ପାଠ୍ୟକ୍ରମ ପ୍ରତି ଅନୁରାଗ ସୃଷ୍ଟି ସମ୍ବନ୍ଧୀୟ ଅନେକ ମହତ୍ୱପୂର୍ଣ୍ଣ ଉପଦେଶାତ୍ମକ ଅଭିବ୍ୟକ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ରାଜନୀତି ବିଜ୍ଞାନର ଅଧ୍ୟାପକ ବିଭୂତି ଭୁଷଣ ବେଉରା , ଉର୍ଦ୍ଧୁ ବିଭାଗର ଅଧ୍ୟାପକ ଏମଡ଼ି ମୋବିନ, ଓଡ଼ିଆ ବିଭାଗ ଅଧ୍ୟାପକ ଉମାକାନ୍ତ ମଲିକ,ପାଂଚାଳି ମହାନ୍ତି , ବାଣିଜ୍ୟ ବିଭାଗ ଅଧ୍ୟାପକ ବିଶ୍ୱଜିତ ମହାନ୍ତି ପ୍ରମୁଖ ନିଜ ନିଜର ଅଭିବ୍ୟକ୍ତି ରଖିବା ସହ ଦ୍ୱିତୀୟ ବାର୍ଷିକ କଳା ଛାତ୍ରୀ ନସିର ବସିରତ ଓ ଗାଜଲ ପରୱିନ ନିଜର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଉତ୍ସବରେ ପ୍ରତିବର୍ଷ ଭଳି ୨୦୧୮ – ୧୯ ଶିକ୍ଷା ବର୍ଷର ବେଷ୍ଟ ଷ୍ଟୁଡ଼େଂଟ ଆୱାର୍ଡ଼ ବାଣିଜ୍ୟ ବିଭାଗ ଛାତ୍ରୀ ରାଜଦର୍ଶିନୀ ସାହୁଙ୍କୁ ମୁଖ୍ୟ ଅତିଥି ସ୍ୱର୍ଣ୍ଣ ପଦକ ସହ ନଗଦ ଅର୍ଥ ରାଶି ପ୍ରଦାନ କରି ଉତ୍ସାହିତ କରିଥିଲେ । ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱାଇଁ ପରିଚାଳନା କରିବା ସହିତ ନିଜର ଅଭିବ୍ୟକ୍ତିରେ ସମୟାନୁସାରୀ ଶିକ୍ଷା ବ୍ୟବସ୍ଥା ଓ ତତ ସମ୍ବନ୍ଧୀୟ ସରକାରୀ କଟକଣା ଏବଂ ଛାତ୍ର ଛାତ୍ରୀମାନେ କିଭଳି ନିୟମାନୁବର୍ତିତା ହୋଇ ଗୁଣାତ୍ମକ ଶିକ୍ଷା ଗ୍ରହଣ କରି ଅଂଚଳ ତଥା ଶିକ୍ଷାନୁଷ୍ଠାନର ଗୌରବ ନିମନ୍ତେ ସହାୟକ ହୋଇପାରିବେ ସେ ସମ୍ପର୍କରେ ନିଜର ମତାମତ ପୋଷଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉତ୍ସବକୁ ସାଫଲ୍ୟମଣ୍ଡିତ କରିବାକୁ ପ୍ରୟାସ କରିଥିଲେ । ଶେଷରେ ଦ୍ୱିତୀୟ ବାର୍ଷିକ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ନବ ନିଯୁକ୍ତ ଶିକ୍ଷକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ

କେନ୍ଦ୍ରାପଡ଼ା, ୦୬/୦୬/୨୦୨୧(ଓଡ଼ିଶା ସମାଚାର)-ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପଦୋନ୍ନତି ପାଇଥିବା ୧୨ଜଣ ନବ ନିଯୁକ୍ତ ଶିକ୍ଷକ ଓ ଜିଲ୍ଲା ଶିକ୍ଷା …

Leave a Reply

Your email address will not be published. Required fields are marked *