Tuesday , June 15 2021
Breaking News
Home / ରାଜନୀତି / ତେଣ୍ଡାକୁଡ଼ା ପଂଚାୟତ ବିଜୁ ଜନତା ଦଳର ନିର୍ବାଚନ ସମୀକ୍ଷା ବୈଠକ

ତେଣ୍ଡାକୁଡ଼ା ପଂଚାୟତ ବିଜୁ ଜନତା ଦଳର ନିର୍ବାଚନ ସମୀକ୍ଷା ବୈଠକ

ପାଟକୁରା, ୦୩/୦୮/୨୦୧୯ ( ଓଡ଼ିଶା ସମାଚାର)-ପାଟକୁରା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ବିଜୁ ଜନତା ଦଳର ନିର୍ବାଚନ ସମୀକ୍ଷା ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ତେଣ୍ଡାକୁଡ଼ା ପଂଚାୟତ ବିଜୁ ଜନତା ଦଳର ସଭାପତି ଅମୂଲ୍ୟ ସିଂ ଏଥିରେ ଅଧ୍ୟକ୍ଷତା କରିଥିଲେ । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ସରପଂଚ ରବିନ୍ଦ୍ର କୁମାର ମହାପାତ୍ର , ମିର ଗୋଲାମ ଜିଲାନୀ, କାର୍ତିକ ଚନ୍ଦ୍ର ବେଉରା, ଅବ୍ଦୁଲ କାଲାମ (ମୁନା ସର୍ଦ୍ଦାର), ଜମିଲ ଅକ୍ତର ଙ୍କ ସମେତ ବହୁ ବିଜେଡ଼ି କର୍ମୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପଂଚାୟତର ଭଲମନ୍ଦ ବୁଝିବା ପାଇଁ ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା ଙ୍କୁ ସର୍ବ ସମ୍ମତିକ୍ରମେ ଦାୟିତ୍ୱ ଦିଆଯାଇଥିଲା । ନବ ନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରୱାଲ ଙ୍କୁ ସାକ୍ଷାତ କରି ପଂଚାୟତର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇ ଅବଗତ କରାଯିବ । ଏଥିରେ ୨୫ ଟି ୱାର୍ଡ଼ ରୁ କମିଟି ସଭ୍ୟମାନେ ଯୋଗ ଦେଇଥିଲେ । ମିର ଗୋଲାମ ଜିଲାନୀ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଗରିବଙ୍କ ସାଥିରେ ମୋଦିସରକାର:କଟକ ସଦର ଭାଜପା

କଟକସଦର ୦୯/୦୬/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କରୋନା ମହାମାରୀ ସମୟରେ ଦେଶବାସୀଙ୍କ ହିତରେ ମୋଦିସରକାର ଦେଶର ସମସ୍ତଙ୍କୁ ଟୀକାକରଣ …

Leave a Reply

Your email address will not be published. Required fields are marked *