Saturday , July 31 2021
Breaking News
Home / ବିଶେଷ / ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଫିନାଇଲ୍ ଓ ମାସ୍କ ବଂଟନ

ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଫିନାଇଲ୍ ଓ ମାସ୍କ ବଂଟନ

ଭୁବନେଶ୍ୱର,୦୧/୦୬/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । କରୋନାର କରାଳ ରୂପରେ ବହୁ ଲୋକଙ୍କୁ ଲୀନ କରିଦେଇଥିବା ବେଳେ ସେମାନଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିବା ସହ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ଏକ ପ୍ରକାର ଅସୁରକ୍ଷିତ ମନେ କରୁଛନ୍ତି । ପରିବାରର ପ୍ରତିପୋଷଣ ପାଇଁ ଲୋକମାନେ ସଂର୍ଘଷ କରୁଛନ୍ତି । କରୋନରୁ ଦୂରେଇ ରହିବା ପାଇଁ ମାସ୍କ ପିନ୍ଧିବା ଏବଂ ଘରକୁ ସାନିଟାଇଜର କରିବା ପାଇଁ ଅର୍ଥ ବାଧକ ସାଜିଛି । ଲୋକଙ୍କ ଏଭଳି ଦୟନୀୟ ଅବସ୍ଥାକୁ ହୃଦୟଙ୍ଗମ କରି ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ୱାର୍ଡ଼ ନମ୍ବର ୨୮ର ନନ୍ଦିନୀପଲ୍ଲୀ ମୁଣ୍ଡାସାହି, ଶବରସାହି ଓ ସାଇନ୍ସପାର୍କ ବସ୍ତି ଏବଂ ଅନ୍ୟାନ୍ୟ ଅଂଚଳର ପ୍ରାୟ ୬ ଶହ ପରିବାରଙ୍କୁ ଫିନାଇଲ ଓ ମାସ୍କ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ, ସଭାପତି ଜିତେନ୍ଦ୍ର କୁମାର ଜେନା, ଉପଦେଷ୍ଟା ଶିବିର କୁମାର ପରିଡ଼ା, ରାମ ମାଝୀ, ତ୍ରିନାଥ ମହାରଣା, ସଂଗ୍ରାମ ଜେନା, ସୁଷମାଦେଇ ମହାପାତ୍ର, ସୁମିତ୍ରା ତି୍ରପାଠୀ, ସନ୍ଦିପ ସାହୁ, ରଞ୍ଜନ ମହନ୍ତ, ଲକ୍ଷ୍ମୀ ଦିଗି, କୁଳମଣି ନାୟକ, ନିଖେଇ ନାୟକ, ମଉଜି ବେହେରା, ଜୟନ୍ତୀ ନାୟକ, ପ୍ରକାଶ ଦେହୁରୀ, ବିକାଶ ବେହେରା, ମଂଟୁ ଏବଂ ସ୍ୱାଗତ ପ୍ରମୁଖ ଉପସ୍ଥିତ ରହି ବଂଟନ କାର୍ଯ୍ୟରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *