Tuesday , June 15 2021
Breaking News
Home / ଶିକ୍ଷା / ତୁଳସୀ ମହିଳା ମହାବିଦ୍ୟାଳୟ:୧୫ ଛାତ୍ରୀ ପଂଚମ ସେମିଷ୍ଟାର ପରୀକ୍ଷାରେ ଫେଲ

ତୁଳସୀ ମହିଳା ମହାବିଦ୍ୟାଳୟ:୧୫ ଛାତ୍ରୀ ପଂଚମ ସେମିଷ୍ଟାର ପରୀକ୍ଷାରେ ଫେଲ

କେନ୍ଦ୍ରାପଡା,୨୬/୦୬/୨୦୧୯ (ଓଡ଼ିଶା ସମାଚାର)- ତୁଳସୀ ମହିଳା ମହାବିଦ୍ୟାଳୟର +୩ ବିଜ୍ଞାନର ୧୫ ଜଣ ଶେଷବର୍ଷ ଛାତ୍ରୀ ପଂଚମ ସେମିଷ୍ଟାର ପରୀକ୍ଷାରେ ଫେଲ ହୋଇଥିବା ଜଣାପଡିଛି । ସୋମବାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ନିକଟରେ ଛାତ୍ରୀମାନେ କରିଥିବା ଅଭିଯୋଗ ଅନୁଯାଇ ତୁଳସୀ ମହିଳା ମହାବିଦ୍ୟାଳୟର +୩ ପଦାର୍ଥ ବିଜ୍ଞାନ ସମ୍ମାନ ଶେଷବର୍ଷର୧୬ଜଣ ଛାତ୍ରୀ ଚଳିତ ବର୍ଷ ରମାଦେବୀ ବିଶ୍ୱ ବିଦ୍ୟାଳୟ ଅଧିନରେ  ପରୀକ୍ଷା ଦେଇଥିଲେ । ସେମାନେ ଶେଷ ୪ଟି ସେମିଷ୍ଟାର ପରୀକ୍ଷାରେ ୭୦ରୁ ଉଦ୍ଧ୍ୱର୍ ନମ୍ବର ରଖିଥିବା ବେଳେ ଚଳିତ ପରୀକ୍ଷାରେ ୧୫ ଜଣ ଫେଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ରୁ ଉଦ୍ଧ୍ୱର୍ ଛାତ୍ରୀ  ଶୂନ ରଖିଥିବା ଅଭିଯୋଗ ହୋଇଛି । ଏତଦବ୍ୟତିତ ଏହିଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଖାତାର ଫଟୋକପି ପାଇବା ନିମନ୍ତେ ୩୦ଦିନହେବ ନିର୍ଦ୍ଧାରିତ ଦରଖାସ୍ତ ସହିତ ଫିସ ଦାଖଲ କରିଥିଲେ ମଧ୍ୟ ସେମାନଙ୍କୁ ପରୀକ୍ଷା ଖାତାର ଫଟୋକପି ମିଳିନାହିଁ । ତେଣୁ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଆଗାମି ଦିନରେ ନ୍ୟାୟ ପାଇବା ପାଇଁ କଲେଜ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି ।  ସଶ୍ମିତା ମହାନ୍ତି,ସ୍ମରଣିକା ସାମଲ,ଅର୍ଚ୍ଚନା ବେହେରା,ସୁନିତା ଗିରି,ପିନୁ ପାଇଟାଳ ପ୍ରମୁଖ ଛାତ୍ରୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *