Tuesday , August 3 2021
Breaking News
Home / ଶିକ୍ଷା / ତୁଳସୀ ମହିଳା ମହାବିଦ୍ୟାଳୟରେ ପୋକସୋ ଆଇନ ଉପରେ ରାଜ୍ୟସ୍ତରୀୟ ଆଲୋଚନା

ତୁଳସୀ ମହିଳା ମହାବିଦ୍ୟାଳୟରେ ପୋକସୋ ଆଇନ ଉପରେ ରାଜ୍ୟସ୍ତରୀୟ ଆଲୋଚନା

କେନ୍ଦ୍ରାପଡ଼ା, ୧୮/୦୭/୨୦୨୧(ଓଡ଼ିଶା ସମାଚାର)- ଆନ୍ତର୍ଜାତୀୟ ନ୍ୟାୟ ଦିନସ ଉପଲକ୍ଷେ ତୁଳସୀ ମହିଳା ମହାବିଦ୍ୟାଳୟରେ ଆଜି ଆଇ.କୁ୍ୟ.ଏ.ସି. ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଏକ ରାଜ୍ୟସ୍ତରୀୟ ଆଭାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ଲିଙ୍ଗଗତ ନ୍ୟାୟ ସମ୍ପର୍କୀତ ପୋକସୋ ଆଇନ” ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ  ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ରଞ୍ଜନ ସାହୁ ପୌରହିତ୍ୟ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରି କେବଳ ଝିଅମାନେ ନୁହଁନ୍ତି ପୁଅମାନେ ମଧ୍ୟ ଯୌନ ଉତ୍ପୀଡନର ଶିକାର ହେଉଥିବା ବିଷୟରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଡଃ ମଥୁରୀ ଚରଣ ନାୟକ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଶିଶୁମାନେ କିପରି ନିଜର ସମ୍ପର୍କୀୟମାନଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହେଉଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉଚ୍ଚ ଶିକ୍ଷା ବିଭାଗର ଉପ ସଚିବ ଡଃ ରମେଶ ଚନ୍ଦ୍ର ବେହେରା ମହିଳା ସଶକ୍ତିକରଣ ଓ ନାରୀବାଦ ତଥା ପୋକସୋ ଆଇନ ବିଷୟରେ ଆଲୋଚନା କରିବା ସହିତ ଗ୍ରାମାଂଚଳରେ ପୋକ୍ସୋ ଆଇନର ବାର୍ତା ଓ ଆଇନ ବିଷୟରେ ଅନଭିଜ୍ଞ ବ୍ୟକ୍ତିମାନଙ୍କ ପାଖରେ ପହଁଚାଇବାରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଓଡିଶା ହାଇକୋର୍ଟର ଅଭିଜ୍ଞ ଆଇନଜିବୀ ଆଶୁତୋଷ ମିଶ୍ର ପୋକ୍ସୋ ଆଇନର ବିଭିନ୍ନ  ବିଧି ବ୍ୟବସ୍ଥାକୁ ସରଳ ଓ ପ୍ରାଞ୍ଜଳଭାବରେ ଉପସ୍ଥାପନ କରିଥିଲେ । ଲିଙ୍ଗଗତ ଭେଦରେ ସମସ୍ତଙ୍କୁ ସମାନ ସୁଯୋଗ ସୁବିଧା ଦିଆଯିବା ଓ ମହିଳାମାନଙ୍କର ସୁରକ୍ଷାର ସାମୂହିକ ଦାୟିତ୍ୱ ସମାଜ ଗ୍ରହଣ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । +୩ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଜିଲା ଯୋଜନା ଅଧିକାରୀ ଡଃ ପଦ୍ମଜା କବି ଶତପଥୀ ଅତିଥି ପରିଚୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଜାତୀୟ ସେବାଯୋଜନା ଅଧିକାରୀ, ଅଧ୍ୟାପକ, ଅଧ୍ୟାପିକା ତଥା ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ +୨ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଜୟଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ତୁଳସୀ ମହିଳା କଲେଜରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)-ତୁଳସୀ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଡେଙ୍ଗୁ ସଚେତନତା ପ୍ରସଙ୍ଗ ଉପରେ ଏକ ଆଭାସୀ …

Leave a Reply

Your email address will not be published. Required fields are marked *