Thursday , June 24 2021
Breaking News
Home / ତାଜା ଖବର / ତିନିବର୍ଷର ଶିଶୁକୁ ତଂଟିଚିପି ହତ୍ୟାକଲା ସାବତ ମା

ତିନିବର୍ଷର ଶିଶୁକୁ ତଂଟିଚିପି ହତ୍ୟାକଲା ସାବତ ମା

କଳାହାଣ୍ଡି, ୨୫/୦୮/୨୦୧୯(ଓଡ଼ିଶା ସମାଚାର / ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଲାଖପଦର ଗାଁରେ ତିନିବର୍ଷର କୋମଲମତି ଶିଶୁକୁ ହତ୍ୟା କରିବା ଘଟଣା ସାମନାକୁ ଆସିଛି । ଶନିବାର ସଂଧ୍ୟା ରେ ଲାଖପଦର ଗାଁ ର ଯୁଗେଶ୍ୱର ସା ଙ୍କ ଝୀଅ ନନ୍ଦିନୀ ଖେଲିବୁଲି ଘରକୁ ଆସିଥିଲା । ଘରେ ସାବତ ମା ଆଶା ସାହୁ କୌଣସି କାରଣରୁ କୋମଲମତି ଶିଶୁ ନନ୍ଦିନୀ କୁ ତଂଟିଚିପି ମାରିଦେଇଥିବା ଅଭିଯୋଗ ହୋଇଛି । ବାପା ଯୁଗେଶ୍ୱର ରାତିରେ ରୁପ୍ରାରୋଡରୁ କାମସାରି ଫେରିବା ପରେ ଝୀଅ ଶୋଇ ପଡିଥିବା କହିବାରୁ ଦେଖିବାକୁ ଗଲାବେଲେ ଝୀଅ ମରି ପଡିଥିଲା ଓ ପାଟି ଓ ନାକରେ ରକ୍ତର ଦାଗ ଲାଗିଥିଲା । ପାଖ ପଡିସାରେ ଘଟଣା ପ୍ରଘଟ ହେବାପରେ ବିଳମ୍ବିତ ରାତିରେ ଶିଶୁର ମାମୁ ନର୍ଲା ଥାନାରେ ଜଣାଇଥିଲେ । ଯୁଗେଶ୍ୱର ପ୍ରଥମେ ୨୦୧୪ ମସିହାରେ ବୈଦିକ ଗର୍ନ୍ଧବୀଙ୍କୁ ବାହା ହୋଇଥିଲେ । ତାଙ୍କର ଅକାଳ ମୃତୁ୍ୟ ପରେ ଆଶା ସାହୁଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ନର୍ଲା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ କରୁଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ- ୪୩ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *