Tuesday , June 15 2021
Breaking News
Home / ବିଶେଷ / ତାଳଦଣ୍ଡା କେନାଲ ସେତୁ ଉଦ୍ଘାଟିତ

ତାଳଦଣ୍ଡା କେନାଲ ସେତୁ ଉଦ୍ଘାଟିତ

କଟକ, ୦୫/୦୮/୨୦୧୯(ଓଡ଼ିଶା ସମାଚାର)-ଯୋବ୍ରାସ୍ଥିତ ସେଟଲମେଂଟ କାର୍ଯ୍ୟାଳୟ ସମ୍ମୁଖରେ ଏସ୍ସିବି ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ସେତୁ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଉଦ୍ଘାଟନ କରିଥିଲେ । ୨୦୧୪ ମସିହାରେ ଏହି ସେତୁ ନିର୍ମାଣ ପାଇଁ ତତକାଳୀନ ଚୌଦ୍ୱାର -କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଶିଳାନ୍ୟାସ କରିଥିଲେ । ଜଳସମ୍ପଦ ବିଭାଗ ପକ୍ଷରୁ ଏହି ସେତୁ ନିର୍ମାଣ କରାଯାଇଥିଲା । ଜନସାଧାରଣ ଅନେକ ସମୟରେ କଟକ ବଡ଼ ମେଡ଼ିକାଲକୁ ଯାଉଥିବାବେଳେ ଟ୍ରାଫିକ ସମସ୍ୟା ହେତୁ ଆମ୍ବୁଲାନ୍ସଗୁଡିକ ଅସୁବିଧାର ସମ୍ମୁଖୀନ ହେଉଥିଲା । ଫଳରେ ଗୁରୁତର ରୋଗୀମାନେ ଧାର୍ଯ୍ୟ ସମୟରେ ମେଡ଼ିକାଲରେ ପହଂଚି ପାରୁନଥିଲେ । କିନ୍ତୁ ଏହି ସେତୁ ନିର୍ମାଣ ଦ୍ୱାରା ସହର ବାହାରୁ ଆସୁଥିବା ରୋଗୀମାନେ ମେଡ଼ିକାଲରେ ପହଂଚିବା ପାଇଁ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ । ତେବେ ଏହି ସେତୁର ଶ୍ରେୟ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର । ମୁଖ୍ୟମନ୍ତ୍ରୀଙ୍କ ଆର୍ôଥକ ସହାୟତା ଯୋଗୁଁ ଏହି କାର୍ଯ୍ୟ ସମ୍ଭବ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ । ଏହି ଉତ୍ସବରେ ଚୌଦ୍ୱାର- କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର, ମହାନଦୀ ଦକ୍ଷିଣ ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ବସନ୍ତ ରାଉତ, ଅଧୀକ୍ଷଣ ଯନ୍ତ୍ରୀ ଇଷ୍ଟର୍ଣ୍ଣ ସର୍କଲ ଇଂ.ବାଲେଶ୍ୱରନାଥ ସାହୁଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ସୂଚନାଯୋଗ୍ୟ ଯେ, ୫୦ ମିଟର ଲମ୍ବ, ସାଢେ ୮.୩ ମିଟର ଚଉଡା ବିଶିଷ୍ଟ ଏହି ପୋଲର ନିର୍ମାଣ କାର୍ଯ୍ୟ ୨୦୧୭ ମସିହା ଡିସେମ୍ବରରେ ଆରମ୍ଭ ହୋଇଥିଲା । ପାଇଲିଙ୍ଗ ପାଇଁ କାର୍ଯ୍ୟରେ ବିଳମ୍ବତା ଦେଖାଦେବା ପରେ ପୁନର୍ବାର ଏହାର ଏଷ୍ଟିମେଟକୁ ସଂଶୋଧନ କରାଯାଇଥିଲା । ଚାରୋଟି ସ୍ପାନ ଓ ଛଅଟି ପିଲାର ବିଶିଷ୍ଟ ଏହି ପୋଲର ନିର୍ମାଣ ପାଇଁ ଜଳସଂପଦ ବିଭାଗ ପକ୍ଷରୁ ୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ କାର୍ଯ୍ୟାରମ୍ଭ ହୋଇଥିଲା । ଉଦ୍ଘାଟନ କାର୍ଯ୍ୟକ୍ରମରେ କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର କୁମାର ସାହୁ, ପୂର୍ବାଂଚଳ ଶାନ୍ତିକମିଟି ସଭାପତି ବିଜୟ କୁମାର ସାହୁ, ପୂର୍ବତନ ଡେପୁଟି ମେୟର ଅଜୟ କୁମାର ବାରିକ, ପୂର୍ବତନ ସିଏମସି ସ୍ୱାସ୍ଥ୍ୟକମିଟି ଅଧ୍ୟକ୍ଷ ତଥା କର୍ପୋରେଟର ରଞ୍ଜନ କୁମାର ବିଶ୍ୱାଳ, ମଧୁସୂଦନ ସାହୁ, ପୂର୍ବତନ କର୍ପୋରେଟର ଜୟଦେବ ଜେନା, ପ୍ରଳୟା ବେଉରା, ଦୀପାଳିବାଳା ଭୂୟାଁ, ଦୟାନିଧି ନାୟକ, ନବକିଶୋର ସ୍ୱାଇଁ, ସୌଭାଗିନୀ ଜେନା, ବିଧାୟକଙ୍କ ପ୍ରତିନିଧି ଇଂ. ସୁବ୍ରତ ଘଡ଼େଇ, ତ୍ରିଲୋଚନ ପଣ୍ଡା, ଦେବେନ୍ଦ୍ର ଖୁଂଟିିଆ, ତାପସ ମହାନ୍ତି, ଗଣେଶ ଚନ୍ଦ୍ର ରାଉତ, ରାଜେନ୍ଦ୍ର ରଣା ପ୍ରମୁଖ ବହୁ ଅଂଚଳବାସୀ, ବୁଦ୍ଧିଜୀବୀ ଓ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *