Thursday , June 17 2021
Breaking News
Home / ବିଶେଷ / ତାଳଚେର କୋଇଲା ଖଣିରେ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର କୋଇଲା ଖଣିରେ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ନେଇ କୋଇଲା ମନ୍ତ୍ରଣାଳୟ ସହ ଯୋଗାଯୋଗରେ ଥିବା ନେଇ ଦେଲେ ସୂଚନା
ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୪/୦୭/୨୦୧୯(ଓଡ଼ିଶା ସମାଚାର)-ତାଳଚେର କୋଲ ଫିଲ୍ଡର ଭରତପୁର ଓସିପିରେ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏ ସମ୍ପର୍କରେ ଟ୍ୱିଟ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଭରତପୁର ଓସିପିରେ ଦୁର୍ଘଟଣାରେ ଜୀବନ ହାନୀ ହୋଇଥିବା ନେଇ ସେ ଦୁଃଖିତ । ସେ କୋଇଲା ମନ୍ତ୍ରଣାଳୟ ସହିତ ନିରନ୍ତର ସମ୍ପର୍କରେ ଅଛନ୍ତି । ଦୁର୍ଘଟଣା ପରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଚାଲିଛି ଓ ସମସ୍ତ ସମ୍ଭାବିତ ସାହାଯ୍ୟ ଯୋଗାଇ ଦିଆ ଯାଉଥିବା ଶ୍ରୀ ପ୍ରଧାନ ଏଥିରେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *