Wednesday , June 23 2021
Breaking News
Home / ନିର୍ବାଚନ / ତାରା କହିଲେ – ପାଟକୁରାରେ କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିବେ

ତାରା କହିଲେ – ପାଟକୁରାରେ କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିବେ

ଭୁବନେଶ୍ୱର, ୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଜେଡି- ବିଜେପି ମଧ୍ୟରେ ବନ୍ଧୁତ୍ୱପୂର୍ଣ ଲଢେଇ ହେଉଛି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ହରାଇବା ପାଇଁ ଉଭୟ ଦଳ ମଧ୍ୟରେ ଫିକ୍ସିଂ ହୋଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି ଯେ ରାଜ୍ୟ ସଭା ନିର୍ବାଚନ ପରେ ଏହା ସ୍ପଷ୍ଟ ହୋଇଛି । ସାଧାରଣ ନିର୍ବାଚନରେ ଉଭୟ ଦଳ ଯେଉଁ ପରସ୍ପର ବିରୋଧୀ ମନ୍ତବ୍ୟ ଦେଉଥିଲେ ତାହା ଥିଲା ଲୋକଦେଖାଣିଆ । ବିଜୟ ମହାପାତ୍ରଙ୍କୁ ବକରା କରିବାକୁ ବର୍ତମାନ ଡ୍ରାମା ଚାଲିଛି । ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବେ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ବିଜୟ ମହାପାତ୍ର କହିଛନ୍ତି ଯେ ବିଜେଡି ଓ ବିଜେପି ନିଜ ନିଜ ବାଟରେ ଲଢୁଛନ୍ତି । ଏହି ନିର୍ବାଚନରେ ବିଜେପି ବିଜୟ ଲାଭ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଉଲ୍ଲେଖନୀୟ ଯେ ପାଟକୁରା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୦ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ନିଜର ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ତିନି ଦଳର ନେତୃବୃନ୍ଦ ମାନେ ପାଟକୁରାରେ ପହଂଚିଛନ୍ତି । ବିଶେଷ କରି ଶାସକ ଦଳ ପକ୍ଷରୁ ପ୍ରତି ପଂଚାୟତ ମାନଙ୍କରେ ସାଧାରଣ କର୍ମୀଙ୍କ ଠାରୁ ନେତା, ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ଦାୟିତ୍ୱ ଦିଆ ଯାଇଛି । ନିର୍ବାଚନ ପ୍ରଚାର କାର୍ଯ୍ୟ ଜୋର ଧରିଛି । ରାଜନୈତିକ ଉଷ୍ମତା ଦେଖା ଦେଇଛି । ବିଜେପିର ନେତା ମାନେ ମଧ୍ୟ ପାଟକୁରାରେ ପହଂଚିଛନ୍ତି । ତେବେ ବିଜେଡି ତୁଳନାରେ ସେମାନଙ୍କର ସଂଖ୍ୟା କମ ରହିଛି । କଂଗ୍ରେସର କିଛି ଜିଲ୍ଲା ସ୍ତରୀୟ ନେତା ପାଟକୁରାରେ ଅଛନ୍ତି । ରାଜ୍ୟ ସ୍ତରୀୟ ନେତା ମାନେ ପରେ ଯିବେ ବୋଲି ଦଳ ପକ୍ଷରୁ କୁହା ଯାଇଛି । ଓଡ଼ିଶା ସମାଚାର

About admin

Check Also

ରାହୁଳ ଗାନ୍ଧୀ ଙ୍କ ଜନ୍ମଦିନରେ କଂଗ୍ରେସ ତରଫରୁ ମାସ୍କ,ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ଅଖିଳ ଭାରତ କଂଗ୍ରେସ କମିଟିର  ଯୁବନେତା ନେତା ରାହୁଳ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଭୁବନ କଂଗ୍ରେସ ତରଫରୁ …

Leave a Reply

Your email address will not be published. Required fields are marked *