Tuesday , June 15 2021
Breaking News
Home / ବିଶେଷ / ତାରପୁର ବାଇପାସ ଯାତ୍ରୀ ବିଶ୍ରାମାଗାର ଯାତ୍ରୀଙ୍କ କାର୍ଯ୍ୟରେ ଲାଗୁନି

ତାରପୁର ବାଇପାସ ଯାତ୍ରୀ ବିଶ୍ରାମାଗାର ଯାତ୍ରୀଙ୍କ କାର୍ଯ୍ୟରେ ଲାଗୁନି

ତାରପୁର, ୩୦/୦୮/୨୦୧୯(ଓଡ଼ିଶା ସମାଚାର)- ତାରପୁର ବାଇପାସ ବଜାର ଛଳରେ ବହୁ ବର୍ଷତଳେ ଏକ ବଡ଼ ବର ଓ ଅଶ୍ୱସ୍ଥ ଗଛ ଥିଲା । ଲୋକମାନେ ସେହି ଗଛ ତଳେ ଅପେକ୍ଷା କରୁଥିଲେ ବସ୍ ଆସିବା ପର୍ଯ୍ୟନ୍ତ । ସେହି ଗଛ ତଳେ ଲୋକମାନେ ଖରା ବର୍ଷାରୁ ରକ୍ଷାପାଇଁ ଆଶ୍ରୟ ନେଉଥିଲେ । ହେଲେ ବାଇପାସ ଛକ ର ପ୍ରଶସ୍ତିକରଣ ପାଇଁ ସେହି ବର ଓ ଅଶ୍ୱସ୍ଥ ଗଛକୁ କାଟିଦିଆଯାଇ  ପ୍ରଶସ୍ତିକରଣ କରାଗଲା ।  ତେବେ ସେହି ତାରପୁର ବାଇପାସ ଛଳରେ ଯାତ୍ରୀମାନଙ୍କ ପାଇଁ ଗତ ୨୧.୧୨.୨୦୧୨ ମସିହାରେ ଏକ ଯାତ୍ରୀ ବିଶ୍ରାମାଗାର ଉଦଘାଟିତ ହୋଇଥିଲା । ସେହି ଯାତ୍ରୀ ବିଶ୍ରାମାଗାର ଉଦଘାଟିତ ହେବାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ଦିନକ ପାଇଁ ଯାତ୍ରୀ ମାନଙ୍କ କାର୍ଯ୍ୟରେ ଲାଗିନାହିଁ । ଯାତ୍ରୀ ବିଶ୍ରାମାଗାର ସମ୍ମୁଖରେ ଏକ ବିରାଟ ଖାଲ ରହିଥିବାରୁ ସେଠାକୁ ଯିବାକୁ ରାସ୍ତା ନାହିଁ । ଯାତ୍ରୀ ବିଶ୍ରାମ ନେବା ବଦଳରେ ସନ୍ଧ୍ୟା ହେଲେ ସେଠାରେ ମଦ୍ୟପମାନେ ବସି ମଦ୍ୟ ପାନ କରୁଛନ୍ତି । ଏହା ଭିତରେ ମାସେ ନୁହେଁ କି ବର୍ଷେ ନୁହେଁ ଦୀର୍ଘ ୬ ବର୍ଷ ବିତିଯାଇଥିଲେ ମଧ୍ୟ ବ୍ଲକ୍ କିମ୍ବା ଜିଲା ପ୍ରଶାସନ ପକ୍ଷରୁ ଯାତ୍ରୀ ବିଶ୍ରାମାଗାର ସମ୍ମୁଖ ଖାଲକୁ ପୋତାଯାଇ ପାରୁନଥିବାରୁ ଯେଉଁ ଉଦେଶ୍ୟରେ ଏହା ପ୍ରତିଷ୍ଠା କରାଯାଇଥିଲା , ସେହି କାର୍ଯ୍ୟରେ ଲାଗିପାରୁନାହିଁ । ଏଥିପ୍ରତି ଜଗତସିଂହପୁର ଜିଲାପାଳ ଦୃଷ୍ଟି ଦେଇ ତୁରନ୍ତ ଏହି ଯାତ୍ରୀ ବିଶ୍ରାମାଗାର ସମ୍ମୁଖରେ ଥିବା ଖାଲକୁ ପୋତି ରାସ୍ତା ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *