Thursday , June 17 2021
Home / ବିଶେଷ / ତାରପୁର ପଂଚାୟତରେ ଜିଲାପାଳଙ୍କ ସମୀକ୍ଷା ବୈଠକ 

ତାରପୁର ପଂଚାୟତରେ ଜିଲାପାଳଙ୍କ ସମୀକ୍ଷା ବୈଠକ 

ରଘୁନାଥପୁର,୦୬/୦୮/୨୦୧୯(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତ କାର୍ଯ୍ୟାଳୟରେ ପହଂଚି ଏକ ସମୀକ୍ଷା ବୈଠକ କରିଛନ୍ତି । ପଂଚାୟତର ବିଭିନ୍ନ ରେକର୍ଡ଼ ପତ୍ର ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ବିଭିନ୍ନ ରେଜିଷ୍ଟର ଓ କ୍ୟାସବୁକ୍ ତଦାରଖ କରି ପଂଚାୟତ ଆକାଉଂଟରେ ଥିବା ବଳକା ଅର୍ଥ ସମ୍ପର୍କରେ ସରପଂଚ ସରୋଜ କୁମାର ଦାଶ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଜିତ  ଦାଶଙ୍କ ଠାରୁ ପଚାରି ବୁଝିଥିଲେ । ପିଡ଼ି ସରୋଜ କୁମାର ମହାନ୍ତି , ଡ଼ିପିଓ ବାଲେଶ୍ୱର କୁମ୍ଭାର  ଉପସ୍ଥିତ ଥିବାବେଳେ  କିଛି ୱାର୍ଡ଼ ସଭ୍ୟ ଓ ସରପଂଚ ଶ୍ରୀ ଦାଶ ପଂଚାୟତର ଜିଆରଏସ କ୍ଷିରୋଦ କୁମାର ବିଶ୍ୱାଳ ଅଫିସ ରେ ଅନୁପସ୍ତିତ ରହୁଥିବା ଏବଂ ବିଭିନ୍ନ କାର୍ଯ୍ୟରେ ଅସହଯୋଗ କରୁଥିବା ସମ୍ପର୍କରେ ଅଭିଯୋଗ କରିଥିଲେ । ବିଜୁ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ ପଂଚାୟତର ବିଭିନ୍ନ ସମସ୍ୟା ଉପରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପଂଚାୟତର କଲ୍ୟାଣ ମଣ୍ଡପ ଅର୍ଥ ଖର୍ଚ୍ଚ କରାଯାଇନଥିବା ଦର୍ଶାଇ ତୁରନ୍ତ ଏହାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ । ପଂଚାୟତରେ ହରିଶ୍ଚନ୍ଦ୍ର ଯୋଜନା ଟଙ୍କାର ସଠିକ ବିନିଯୋଗ ଓ କାର୍ଯ୍ୟାଳୟରେ ଅଭିମତ ବାକ୍ସ ବସାଇବା ପାଇଁ ଜିଲାପାଳ କହିଥିବାବେଳେ ଆରଡ଼ବ୍ଲ୍ୟୁ ଏସଏସ ପକ୍ଷରୁ ଗୋଷ୍ଠି ଶୌଚାଳୟ ସ୍ଥାପନ କରିବା , ତାରପୁର ବାଇପାସ ଠାରେ ଥିବା ମାର୍କେଟ କମ୍ପେ୍ଲକ୍ସ ଗୃହକୁ ଭଡ଼ା ଦେବା , ଅଧିକ ମାର୍କେଟ ଗୃହ ନିର୍ମାଣ କରିବା ପାଇଁ ମତ ରଖିଥିଲେ । ଫନୀ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଆରଏମସି ଗୋଦାମ ଗୃହର ପୁନରୁଦ୍ଧାର ସହିତ ଏହାର ସମ୍ମୁଖ ରାସ୍ତାରେ ଉଠା ଦୋକାନୀଙ୍କ ଦ୍ୱାରା ଅବରୋଧ କରାଯାଇଥିବା ରାସ୍ତାକୁ  ଉନ୍ମୁକ୍ତ ରଖିବାପାଇଁ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ପଂଚାୟତରେ ଥିବା ୨ ଗୋଟି ସରକାରୀ ସ୍କୁଲ ର ନିଜସ୍ୱ ଗୃହ ନିର୍ମାଣ ପାଇଁ ଆରଡ଼ି ବିଭାଗକୁ ଚିଠି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମହାନଦୀ ସାଉଥ ନଦୀ ପଠାରେ ଇରିଗେସନ ଜମିରେ ବନିକରଣ ଯୋଜନା କରିବା ପାଇଁ ଯଥା ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ମତ ବ୍ୟକ୍ତ କରିଥିଲେ ।  ଏହାଛଡ଼ା ପଂଚାୟତର ନୂତନ ବିଲଡ଼ିଙ୍ଗ ଚତୁପାଶ୍ୱର୍ ପାଚେରୀ କରିବା ପାଇଁ ଡ଼ିପିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ବିଡ଼ିଓ ପଂଚାନନ ପଟାୟତ , ଏବିଡ଼ିଓ ଅଶୋକ କୁମାର ମହାନ୍ତି,  ପିଏ ଦେବାଶ୍ରୀତା ପରିଡ଼ା ପ୍ରମୁଖ ଉଉପସ୍ଥିତ  ଥିଲେ ।  ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *