Monday , June 21 2021
Breaking News
Home / ବିଶେଷ / ତାରପୁରରେ ୧୦ ପରିବାର ଜଳବନ୍ଦୀ, ଘାରୁଛି ବିଷାକ୍ତ ସାବ ଓ ନେଙ୍ଗୁ ମେଲେରିଆ ଭୟ

ତାରପୁରରେ ୧୦ ପରିବାର ଜଳବନ୍ଦୀ, ଘାରୁଛି ବିଷାକ୍ତ ସାବ ଓ ନେଙ୍ଗୁ ମେଲେରିଆ ଭୟ

ରଘୁନାଥପୁର,୧୧/୦୮/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ତହସିଲ ଅନ୍ତର୍ଗତ ତାରପୁର ବାଇପାସ ଉଭୟ ପାଶ୍ୱର୍ରେ ସ୍ଥାୟୀ ବ୍ୟବସାୟୀଙ୍କ ପକ୍ଷରୁ ଜଳ ନିସ୍କାସନ ପଥକୁ ଅବରୋଧ କରାଯାଇଛି । ଫଳରେ ଗୋଟିଏ ପାଶ୍ୱର୍ରେ ତାରପୁର ପଂଚାୟତ ୧ ନମ୍ବର ୱାର୍ଡ଼ର ମଳିକ ସାହିର ୧୦ ପରିବାରଙ୍କ ଘର ସମ୍ମୁଖରେ ଦୁଇ ଫୁଟରୁ ଉଦ୍ଧ୍ୱର୍ ବର୍ଷା ପାଣି ନିସ୍କାସିତ ହୋଇନପାରି ଜମା ହୋଇ ରହିଛି । ଏହି ପାଣିରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ଯାତାୟତ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁବେଳେ ପାଣିରେ ଯାତାୟତ କରି ଥଣ୍ଡା ଓ ଗୋଡ଼ ଫଳିଯାଉଥିବାର ଗ୍ରାମବାସୀ ଶିବ ପ୍ରସାଦ ମଳିକ ଅଭିଯୋଗ କରିଛନ୍ତି । ଏପରିକି ବିଷାକ୍ତ ସାପ ବେଳେ ବେଳେ ଘର ଭିତରକୁ ପସିଆସୁଥିବାର ମଧ୍ୟ ପ୍ରକାଶ କରିଛନ୍ତି । ପାଣିରେ ବୁଡ଼ି ରହିଥିବା ଲଟାପତ୍ର ଓ ଅବାର୍ଜନା ପଚି ଦୁର୍ଗନ୍ଧ ହେଉଥିବାବେଳେ ଗ୍ରାମବାସୀଙ୍କ ମଧ୍ୟରେ ଡ଼େଙ୍ଗୁ ମେଲେରିଆର ଭୟ ଘାରିଛି । ଗତବର୍ଷ ଏହିପରି ବର୍ଷା ପାଣି ଗ୍ରାମ ମଧ୍ୟରୁ ନିଷ୍କାସନ ହୋଇ ନପାରିବାରୁ ଗ୍ରାମବାସୀମାନେ ତହସିଲରେ ଅଭିଯୋଗ କରିଥିଲେ । ଅତିରିକ୍ତ ତହସିଲଦାର ମାନସ କୁମାର ତ୍ରିପାଠୀ ଗ୍ରାମରେ ପହଂଚି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟବସାୟୀଙ୍କ ଦ୍ୱାରା ଅବରୋଧ କରାଯାଇଥିବା ନିସ୍କାସନ ପଥ ବିଷୟରେ ଅବଗତ ହୋଇଥିଲେ । ଏ ସମ୍ପର୍କରେ ନୋଟିସ କରାଯାଇ ନିସ୍କାସନ ପଥକୁ ଅବରୋଧ ମୁକ୍ତ କରାଯିବ ବୋଲି ପ୍ରକାଶ କରି ଉକ୍ତ ବର୍ଷା ଜଳକୁ ନିସ୍କାସନ କରିବାର ବ୍ୟବସ୍ଥା କରିଥିଲେ । ଜନୈକ ବ୍ୟକ୍ତିଙ୍କ ନିଜସ୍ୱ ଜମିରେ ୪ ଫୁଟ ଖୋଳାଯାଇ ପ୍ଲାଷ୍ଟିକ ପାଇପ ପକାଯାଇ ଉକ୍ତ ବର୍ଷା ଜଳକୁ ନିସ୍କାସନ କରିଥିଲେ । ତେବେ ଚଳିତ ବର୍ଷ ତହସିଲ ପକ୍ଷରୁ କୌଣସି ସ୍ଥାୟୀ ପ୍ରତିକାର କରାନଯିବାରୁ ଉକ୍ତ ବ୍ୟକ୍ତି ତାଙ୍କ ନିଜସ୍ୱ ଜମିରୁ ପାଇପ ଗୁଡ଼ିକୁ କାଢ଼ି ନେଇଥିଲେ । ତେବେ ଗତ ୨ ଦିନର ଲଗାଣ ବର୍ଷାରେ ଜମି ରହିଥିବା ବାଣି ଏ ପର୍ଯ୍ୟନ୍ତ ନିସ୍କାସିତ ହୋଇ ପାରୁନି । ଆଗକୁ ଯଦି ବଡ଼ ବର୍ଷା ହୁଏ ତେବେ ବର୍ଷା ଜଳ ପୁଣି ବୃଦ୍ଧି ପାଇ କେତେକ ଚାଳଘର ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଜିଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଜଳ ନିସ୍କାସନ ପଥ ରୁ ଅବରୋଧ ହଟାଇବା ପାଇଁ ବିରଂଚି ନାରାୟଣ ମଲିକ, ସୁନ୍ଦ୍ରେନାଥ ମଳିକ, ଭାସ୍କର ମଲିକ, ପରମାନନ୍ଦ ମଲିକ, କ୍ଷିରୋଦ କୁମାର ମଳିକଙ୍କ ସମେତ ଗ୍ରାମବାସୀ ଦାବି ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *