Tuesday , June 15 2021
Breaking News
Home / ତାଜା ଖବର / ତାଜା ଖବର : ବାବୁଲି ମହାରଣା କୁ ଗୁଳିମାଡ ଘଟଣାରେ ସଂପୃକ୍ତ ପୂର୍ବତନ କାଉନସିଲର ସେକ ରହେମତ ଗିରଫ

ତାଜା ଖବର : ବାବୁଲି ମହାରଣା କୁ ଗୁଳିମାଡ ଘଟଣାରେ ସଂପୃକ୍ତ ପୂର୍ବତନ କାଉନସିଲର ସେକ ରହେମତ ଗିରଫ

କେନ୍ଦ୍ରାପଡା,୨୮/୦୮/୨୦୧୯(ଓଡ଼ିଶା ସମାଚାର)- ଗତ ଜୁଲାଇମାସ ୧୩ତାରିଖ ସନ୍ଧ୍ୟାରେ ଧର୍ମ ଜାଗରଣ ସେନାର ଜିଲ୍ଲା ସଂଯୋଜକ ବାବୁଲି ଓରଫ ବିବେକାନନ୍ଦ ମହାରଣା ଉପରକୁ ଦଣ୍ଡାମୁଣ୍ଡଛକ ପାଖରେ ଗୁଳିମାଡ ହୋଇଥିଲା । ସେହି ଗୁଳିମାଡ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ବୁଧବାର କେନ୍ଦ୍ରାପଡା ପୈାସଂସ୍ଥାର ୧୨ନମ୍ବର ୱାର୍ଡର ପୂର୍ବତନ କାଉନସିଲର ସାନ ଓରଫ ସେକ ରହେମତକୁ ସଦର ଥାନା ପୋଲିସ ଗିରଫକରି କୋର୍ଟଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ରହେମତକୁ ବାରିମୂଳ ଉପକାରାଗାରକୁ ପଠାଇଦିଆଯାଇଛି । ଏସମ୍ପର୍କରେ ଗତ ଜୁଲାଇମାସ ୨୨ତାରିଖରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ନୀତି ଶେଖର କହିଥିଲେ ଯେ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର ନିର୍ଦେଶରେ ବାବୁଲି ଓରଫ ବିବେକାନନ୍ଦ ମହାରଣାକୁ ଗୁଳି କରାଯାଇଛି । ବାବୁଲି ମହାରଣାର ଭାଇ ବିଶ୍ୱଜିତ ମହାରଣାଙ୍କ ଅଭିଯୋଗ ଅନୁଯାଇ ଗତ ୧୩ ତାରିଖ ରାତି ପ୍ରାୟ ୮ଟା ୫୦ ମିନିଟ ସମୟରେ ତିନିମୁହାଣି ବଜାର କମିଟି ସଭାପତି ତଥା ଧର୍ମ ଜାଗରଣ ସେନାର ଜିଲ୍ଲା ସଂଯୋଜକ ବିବେକାନନ୍ଦ ମହାରଣା ବୁଲେଟରେ ତାଙ୍କର ଟ୍ରାକ୍ଟର ସୋରୁମରୁ ତିନିମୁହାଣି ଆସୁଥିବା ବେଳେ ତାଙ୍କ ପଛପଟୁ ଅନ୍ୟଏକ ହୋଣ୍ଡା ବାଇକରେ ଆସୁଥିବା ୨ଜଣ ଅଜଣା ଦୁର୍ବୁତ ବାବୁଲିର ବୁଲେଟକୁ ଟପିଯିବା ପରେ ବାଇକ ପଛରେ ବସିଥିବା ଦୁର୍ବୁତ ଜଣଙ୍କ ଧରିଥିବା ବନ୍ଧୁକରୁ ବାବୁଲି ମୁଣ୍ଡକୁ ଲକ୍ଷ୍ୟକରି ୨ ରାଉଣ୍ଡ ଗୁଳି ଫୁଟାଇ ଥିଲା । କିନ୍ତୁ ପ୍ରଥମ ଗୁଳିଟି ଲକ୍ଷ୍ୟଭ୍ରଷ୍ଟ ହୋଇଥିବା ବେଳେ ଦ୍ୱିତୀୟ ଗୁଳିଟି ବାବୁଲି ପେଟରେ ବାଜିବାରୁ ସେ ବୁଲେଟରୁ ତଳେ ପଡିଯାଇଥିଲା । ବନ୍ଧୁକ ଚାଳନା ଶଦ୍ଧ ଶୁଣି ସ୍ଥାନୀୟ ଲୋକେ ଆସିଯିବାରୁ ଦୁର୍ବୁତ ୨ଜଣ ଟିଟୋକୁ ଚ୍ୟାଲେଞ୍ଜ ଦେଲେ ବାବୁଲିର ପରିବାରକୁ ମଧ୍ୟ ଏହିଭଳି ଘଟଣାର ସମ୍ମୁଖିନ ହେବାକୁ ପଡିବ ବୋଲି ଧମକ ଦେଇ ସେଠାରୁ ପଳାଇ ଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାବୁଲିକୁ ପ୍ରଥମେ କେନ୍ଦ୍ରାପଡା ଡାକ୍ତରଖାନା ଓ ପରେ ଅବସ୍ଥା ଶଙ୍କଟାପନ୍ନ ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବାବୁଲି ଯୋଗୁ ଗ୍ୟାଙ୍ଗଷ୍ଟର ଟିଟୋର ବେଆଇନ ଭାବେ ଚାଲିଥିବା ଚିଲିଖାନା ବେପାର ଓ ବେଆଇନ ଗୋମାଂସ ଚାଲାଣରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଥିଲା । ଏତଦବ୍ୟତିତ ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ,ଜୀବାବୁ ଓରଫ ସୟଦ ଅସଫାକ ଅଲ୍ଲୀ ଏବଂ ଚିତୋ ଓରଫ ସୟଦ ଇଫିତିକାର ଅଲ୍ଲୀକୁ କ୍ରାଇମବ୍ରାଂଚ ଏସଷ୍ଟିଏଫ ଗିରଫ କରିବା ପଛରେ ବାବୁଲିର ସହଯୋଗ ଅଛି ବୋଲି ସେମାନେ ସନ୍ଦେହ କରି ଏଥି ନିମନ୍ତେ ବାବୁଲିକୁ ଜୀବନରେ ମାରିଦେବାକୁ ଘଟଣାର ମାସକ ପୂର୍ବରୁ ଭାଷ୍କର ସିନେମାହଲ ନିକଟରେ ଯୋଜନା ପ୍ରସ୍ତୁତ କରିଥିଲେ । ଏହି ତିନିଭାଇଙ୍କ ସହିତ ଟିଟୋ ଗ୍ୟାଙ୍ଗର ସଦସ୍ୟ ଦୁର୍ଦ୍ଧାନ୍ତ ଅପରାଧୀ ବାବୁ ଓରଫ ଭବାନୀଶଙ୍କର ସାହୁ ମିଶି ବଡହାଟ କୁ୍ୟରେଶି ମହଲାର ସେକ ସାକିର,ଜଇପୁରାର ଜାନ ଓରଫ ସେକ ସରଫରାଜକୁ ବାବୁଲି ମହାରଣାଙ୍କୁ ହତ୍ୟା କରିବାକୁ ଏହି ଘଟଣାର ମାସକ ପୂର୍ବରୁ ନିର୍ଦେଶ ଦେଇଥିଲେ । ସେହି ନିର୍ଦେଶ ଅନୁଯାଇ ଟାଉନଥାନା ଅନ୍ତର୍ଗତ ଜଇପୁରାର ସେକ ସାକିର ଓ ସେକ ସରଫରାଜ ୨ଜଣ ସେକ ସନ. ସେକ କୁଦରତ,ସେକ ମେହେତାବ ଏବଂ ତାଜା,ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଜରିଆର ଟୁକୁନା ଓରଫ ମିର୍ଜା ଗାଜିବ ବେଗ,ଯାଜପୁର ଜିଲ୍ଲା ବରି ଥାନା ଅନ୍ତର୍ଗତ ସେରପୁରର ରାଜା ମଲ୍ଲିକ,ଟାଉନଥାନା ଅନ୍ତର୍ଗତ ବଡହାଟର ଗୋରା ଓରଫ ସେକ ସୁଲତାନ,ନିକିରାଇ ଥାନା ଅନ୍ତର୍ଗତ ଚାରିଗାଁର କାଳିଆ ଓରଫ ତ୍ରିଲୋଚନ ମଲ୍ଲିକ,ସଦର ଥାନା ଅନ୍ତର୍ଗତ ନେମ୍ବରା ଗ୍ରାମର ଶଙ୍କର ସେଠୀକୁ ଭାଷ୍କର ସିନେମା ହଲ ନିକଟରେ ବାବୁଲି ମହାରଣାକୁ ହତ୍ୟା କରିବାକୁ ଅପରାଧୀକ ବୈଠକ ଅନୁଷ୍ଠିତ ହୋଇଥିଲା । ସେକ ସାକିର ଓ ସେକ ସରଫରାଜ ସେଠାରେ ବାବୁଲିକୁ ହତ୍ୟା କରିବାର ପ୍ଲାନ ପ୍ରସ୍ତୁତ କରି ସେକ ମେହେତାବକୁ ୫ଲକ୍ଷ ଦେବେ ବୋଲି କହି ସେହିଦିନ ଏକଲକ୍ଷ ଟଙ୍କା ଓ ୩ଟି ବନ୍ଧୁକ ଦେଇଥିଲେ । ବାକି ୪ଲକ୍ଷ ଟଙ୍କା ବାବୁଲିକୁ ହତ୍ୟା କରିବା ପରେ ଦିଆଯିବ ବୋଲି କହିଥିଲେ । ଘଟଣା ଦିନ ରାଜା ମଲ୍ଲିକ ଟୁକୁନା ଗ୍ଲାମର ବାଇକରେ ସେକ ମେହେତାବ ସହିତ ୩ଜଣ ଗୁଲନଗର ଯାଇଥିଲେ । ସେଏକ କୁଦରତ ଓ ସେକ ସନି କାଳିଆର ଏକ ହୋଣ୍ଡା ହରନେଟ ବାଇକରେ ମଧ୍ୟ ଘଟଣା ସ୍ଥଳକୁ ଯାଇଥିଲେ । କାଳିଆ ଟ୍ରାକ୍ଟର ସୋରୁମ ନିକଟକୁ ବାଇକରୁ ଓହ୍ଲାଇ ଯାଇଥିବା ବେଳେ ଗୁଲନଗର ଛକରେ ସନି ଉହ୍ଲାଇ ଯାଇଥିଲା । ଟୁକୁନା,ଶଙ୍କର ସେଠୀ ଓ ରାଜା ମଲ୍ଲିକ ଗୁଲନଗର ଚଟି ପୋଲ ଉପରେ ଯାଇ ଅଟକି ଥିଲେ ସେକ ମେହେତାବ ଓ କୁଦରତକୁ ସାହାଯ୍ୟ କରିବାକୁ । ମେହେତାବ ବାବୁଲି ମହାରଣା ଟ୍ରାକ୍ଟର ସୋରୁମରୁ ବାହାରିଲା ବୋଲି ଫୋନ ଯୋଗେ ଖବର ପାଇ ଚଟିପୋଲ ନିକଟରେ ୨ରାଉଣ୍ଡ ଗୁଳି ତା ଉପରକୁ ଚଳାଇଥିଲା । ସେଥିରୁ ଗୋଟିଏ ଲକ୍ଷ୍ୟଭ୍ରଷ୍ଟ ହୋଇଥିବା ବେଳେ ଅନ୍ୟଟି ବାବୁଲି ପେଟରେ ବାଜିଥିଲା । ମୋବାଇଲ ଫେରାନକୁ ଟ୍ରାକିଂ କରି ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ପ୍ରଥମେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସଦର ଥାନା କେଶ ନମ୍ବର ୧୮୯/୨୦୧୯ରେ ସେହି ୪ଜଣ ଅଭିଯୁକ୍ତ ସେକ ସାକିର,ଆଲୋକ ମଲ୍ଲିକ,ଶଙ୍କର ମଲ୍ଲିକ ଓ ତ୍ରିଲୋଚନ ମଲ୍ଲିକଙ୍କୁ ଆଇପିସିର ୩୦୭,୧୨୦(ବି),୨୫ ଓ ୨୭ ଆର୍ମସ ଆକ୍ଟରେ ଗିରଫ କରାଯାଇ ଜୁଲାଇ ୨୨ତାରିଖରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇଦିଆଯାଇଥିଲା । ଏହାପରେ ଅଗଷ୍ଟମାସ ୬ତାରିଖରେ ଗଣ୍ଡାଖିଆ – ସାନ୍ତସାହି ରାସ୍ତାର ପେଟୁଆ – ଏରାଛକ ମଧ୍ୟରେ ଏନକାଉଁଟର କରି ବାବୁଲି ମହାରଣା ଉପରକୁ ଗୁଳି ଚଳାଇଥିବା ଦୁର୍ଦ୍ଧାନ୍ତ ଅପରାଧୀ ଆସିଫ ଓରଫ ସେକ ମେହେତାବ(୨୬)କୁ ଗିରଫ କରିବା ସହ ତା ନିକଟରୁ ୨ଟି ମୋବାଇଲ,୨ଟି ସିମ,ଆଧାରକାର୍ଡ,ଗୋଟିଏ ନମ୍ବର ବିହୀନ ଗ୍ଲାମର ବାଇକ,ଗୋଟିଏ ୯ଏମଏମ ପ୍ରିସ୍ତଲ,ନଗଦ ୯ହଜାର ଟଙ୍କା ଓ ଖୋକା ଜବତ କରିଥିଲା । ମେଡିକାଲରୁ ଫେରିବା ପରେ ମେହେତାବକୁ କୋର୍ଟ ଚାଲାଣ କରାଯାଇଥିଲା । ଏହିଭଳି ପୂର୍ବରୁ ୫ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ବୁଧବାର ଏହି ଗୁଳିମାଡ ଘଟଣାରେ ଫେରାର ଥିବା ସେକ ଜାନ ସହିତ ସମ୍ପର୍କ ରଖି ସମସ୍ତ ସୂଚନା ଯୋଗାଉଥିବା ଏବଂ ବିଭିନ୍ନ ସମୟରେ ବାବୁଲି ମହାରଣାକୁ ଗୁଳିମାଡ ଘଟଣାରେ ଅପରାଧୀମାନଙ୍କ ସହ ବୈଠକ କରାଇଥିବା ଅଭିଯୋଗରେ ସାନ ଓରଫ ସେକ ରହେମତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ସାନ ନିକଟରୁ ଏକ ବୁଲେଟ ସମେତ ୨ଟି ମୋବାଇଲ,ନଗଦ ୨୫ହଜାର ଟଙ୍କା ଓ ଗାଡିଚାଳନା ଲାଇସେନ୍ସ ଜବତ କରାଯାଇଥିବା ଏସଡିପିଓ ରାଜିବଲୋଚନ ପଣ୍ଡା ସୂଚନା ଦେଇଛନ୍ତି । କୋର୍ଟ ପରିସରରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ଏହି ଘଟଣାରେ ମୋଟ ୧୨ଜଣ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ସେକ ରହେମତ ବ୍ୟତିତ ୫ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । ଓଡ଼ିଶା ସମାଚାର

About admin

Check Also

ପିକଅପ ଭ୍ୟାନ ଧକ୍କା ରେ ଯୁବକ ଗୁରୁତର

ସାଲେପୁର,୧୧/୦୬/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ଆଜି ସନ୍ଧ୍ୟା ସମୟରେ ସାଲେପୁର ର ରୋଧପୁର ନିକଟରେ ଏକ ମାଲବାହୀ  ପିକପ …

Leave a Reply

Your email address will not be published. Required fields are marked *