Wednesday , June 23 2021
Breaking News
Home / ତାଜା ଖବର / ତାଜା ଖବର : ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଲା ବସ୍

ତାଜା ଖବର : ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଲା ବସ୍

ଭୁବନେଶ୍ୱର ,୨୮/୦୮/୨୦୧୯(ଓଡ଼ିଶା ସମାଚାର)- ବୁଧବାର ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ହୁତୁ ହୁତୁ ଜଳିଲା ଗୋଟିଏ ବସ୍ । ଓଡ଼ି ୩୩ ୟୁ ୧୩୯୯ ନମ୍ବର ଥିବା ଚକାଡ଼ୋଳା ନାମକ ଏହି ବସ୍  ଟି ହଠାତ ହୁତୁ ହୁତୁ ହୋଇ ଜଳିଲା । ଏହାର ସଠିକ କାରଣ ଜଣାପଡ଼ିନଥିଲେ ମଧ୍ୟ ବ୍ୟାଟରୀ ରୁ  ସଟ୍ ସର୍କିଟ କାରଣରୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି । ତେବେ ସୌଭାଗ୍ୟକୁ ବସ୍ ରେ କେହି ଯାତ୍ରୀ ନଥିଲେ । ତେଣୁ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ତେବେ ବସ୍ ଟି କଳାହାଣ୍ଡିରୁ ଆସି ବସ ଷ୍ଟାଣ୍ଡ ରେ ଛିଡ଼ା ହୋଇଥିଲା । ବସ୍ ର କଣ୍ଡକ୍ଟର , ଡ଼୍ରାଇଭର ଓ ହେଲପର ଆଦି କର୍ମଚାରୀମାନେ ବସ ଭିତରେ ଶୋଇଥିଲେ । ହଠାତ ବସ୍ ରେ ନିଆଁ ଲାଗିଯିବାରୁ ସେମାନେ ତୁରନ୍ତ ବସ ବାହାରକୁ ବାହାରି ଆସିଥିଲେ ।  ୨ ଟି ଦମକଳ ଆସି ପହଂଚି ନିଆଁକୁ ଆୟତ କରିଥିଲା । ଓଡ଼ିଶା ସମାଚାର

About admin

Check Also

୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୨ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୯/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *