Sunday , June 20 2021
Home / ତାଜା ଖବର / ତାଜା ଖବର : ଆସିକାରେ ଏନକାଉଂଟର- ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଆହତ , ପିସ୍ତଲ ଓ ଗୁଳି ଜବତ

ତାଜା ଖବର : ଆସିକାରେ ଏନକାଉଂଟର- ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଆହତ , ପିସ୍ତଲ ଓ ଗୁଳି ଜବତ

ଆସିକା,୦୫/୦୮/୨୦୧୯ ( ଓଡ଼ିଶା ସମାଚାର)- ରାଜଧାନୀରେ କମିଶନରେଟ ପୋଲିସ ଅପରେସନ କ୍ଲିନ୍ ଚଳାଇ ୪୮ ଘଂଟା ରେ ପାଂଚ ପାଂଚଟି ଏନକାଉଂଟର କରି ରେକର୍ଡ଼ ଭାଙ୍ଗିଛି । ଏହା ସାଙ୍ଗକୁ ରବିବାର ବିଳମ୍ବିତ ରାତି ରେ ଆସିକା ପୋଲିସ ର ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ପ୍ରସାଦ ସ୍ୱାଇଁ ଆହତ ହୋଇଥିବାବେଳେ ତାର ଅନ୍ୟଜଣେ ସହଯୋଗୀ କାଳୁ ବିଶ୍ୱାଳ ଖସିଯିବାକୁ ସଫଳ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ପ୍ରସାଦ ସ୍ୱାଇଁ ବରଗାଁ ର ୨ ଜଣ ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ । ୧୦ ଲକ୍ଷ ଟଙ୍କା ନଦେଲେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଭୋର ପ୍ରାୟ ୪ ଟା ସମୟରେ ଗୁରୁ ଓ କାଳୁ ଏକ ମୋଟରସାଇକେଲ ରେ ବରଗାଁ ନିକଟରେ ପଇଁତରା ମାରୁଥିଲେ । ଏହି ଖବର ପାଇ ଏକ ପୋଲିସ ଟିମ ବରଗାଁ ରେ ପହଂଚି ଚଢ଼ାଉ କରିବାରୁ ସେମାନେ ପଇଲି ପାହାଡ଼ ନିକଟରେ ଥିବା ଜଙ୍ଗଲ ମଧ୍ୟରେ ପସିଯାଇଥିଲେ । ପୋଲିସ ଚଢ଼ାଉ କରିବାରୁ ଚାରିମାଇଲ ଛକ ନିକଟରେ ପୋଲିସ ସହିତ ମୁହାଁ ମୁହିଁ ହୋଇଥିଲେ । ଗୁରୁ ପୋଲିସ ଉପରକୁ ବୋମା ପକାଇ ଓ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିବା ବେଳେ ୨ ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଥିଲେ । ଆହତ ପୋଲିସ କର୍ମଚାରୀ ହେଉଛନ୍ତି ଏସଆଇ ଯୁଧିଷ୍ଟିର ମାଝୀ ଓ କନେଷ୍ଟବଳ ହରେକୃଷ୍ଣ ଶବର । ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଗୁଳି ଚଳାଇବାରୁ ଗୋଟିଏ ଗୁଳି ଗୁରୁ ର ବାମ ଗୋଡ଼ରେ ବାଜିଥିଲା । ଗୁରୁ ଆହତ ହୋଇ ମୋଟର ସାଇକେଲ ରୁ ଖସି ପଡ଼ିବା ବେଳେ କାଳୁ ଖସିଯାଇଥିଲା । ଆହତ ଗୁରୁ ନିକଟରୁ ପୋଲିସ୍ ଏକ ପିସ୍ତଲ ଓ ୨ ରାଉଣ୍ଡ ଗୁଳି ଓ ବୋମା ର କିଛି ଅଂଶ ଜବତ କରିଛି । ଆହତ ଗୁରୁକୁ ପ୍ରଥମେ ଆସିକା ହସପିଟାଲ ରେ ଭର୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାକୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆହତ ଗୁରୁ ନାମରେ ହତ୍ୟା, ଡ଼କାୟତି, ରାହାଜାନୀ ଭଳି ୧୩ ଟି ମାମଲା ରହିଥିବା ପୋଲିସ୍ ସୂଚନା ଦେଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *