Sunday , June 20 2021
Home / ବିଶେଷ / ତଟ୍ଟରକ୍ଷୀ ବାହୀନି ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ

ତଟ୍ଟରକ୍ଷୀ ବାହୀନି ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ

ପାରାଦ୍ୱୀପ ୨୮/୦୭/୨୦୧୯(ଓଡ଼ିଶା ସମାଚାର / ଦୀପକ କୁମାର ଦାସ)- ପାକିସ୍ଥାନର ଭାରତରେ ଅନୁପ୍ରବେଶ ଯୋଜନାକୁ ପଣ୍ଡକରି ଭାରତୀୟ ସେନା କାର୍ଗିଲକୁ ନିଜ ନିୟନ୍ତ୍ରଣକୁ ଆଣି ସେଠାରେ ବିଜୟ ସୂଚକ ତ୍ରିରଙ୍ଗା ଉଡାଇଥିଲା । ଏହି ଘଟଣାର ୨୦ବର୍ଷ ପୂର୍ତୀ ଅବସରରେ କେନ୍ଦ୍ରସରକାରଙ୍କ ରକ୍ଷାମନ୍ତ୍ରଣାଳୟ ଅଧିନସ୍ଥ  ଭାରତୀୟ ତଟ୍ଟରକ୍ଷୀ ବାହିନୀ ପାରାଦ୍ୱୀପ ମୁଖ୍ୟାଳୟ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ଏନ୍.ସିସି କ୍ୟାଡେଟ୍, ସ୍କାଉଟ୍ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ତଟ୍ଟରକ୍ଷୀ ବାହିନୀ ଜାହାଜ ‘ସୁଜୟ’ ପରିଦର୍ଶନ କରାଯାଇଥିଲା । ପାରାଦ୍ୱୀପ ମହାବିଦ୍ୟାଳୟ ସମେତ ଅନ୍ୟ ଶିକ୍ଷାନୁଷ୍ଠାନ ମାନଙ୍କରେ ଆଲୋଚନାଚକ୍ର କରାଯାଇଥିଲା । ଭାରତୀୟ ସେନାରେ ସାମିଲ ହୋଇ ଦେଶମାତୃକା ର ସେବା କରିବା ପାଇଁ ତଟ୍ଟରକ୍ଷୀ ବାହିନୀ ପକ୍ଷରୁ  ପରାମର୍ଶ ଓ ନିବେଦନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *