Saturday , July 31 2021
Breaking News
Home / ବିଶେଷ / ଢୋଲ ମା ମଙ୍ଗଳା ବିଦ୍ୟାପୀଠରୁ ଚୋରୀ ଘଟଣାରେ ୨ଗିରଫ

ଢୋଲ ମା ମଙ୍ଗଳା ବିଦ୍ୟାପୀଠରୁ ଚୋରୀ ଘଟଣାରେ ୨ଗିରଫ

 କେନ୍ଦ୍ରାପଡ଼ା, ୦୫/୦୭/୨୦୨୧(ଓଡ଼ିଶା ସମାଚାର)-  ନିକିରାଇ ଥାନା ଅନ୍ତର୍ଗତ ଢୋଲ ଗ୍ରାମର ମା ମଙ୍ଗଳା ବିଦ୍ୟାପୀଠରୁ ଚଳିତମାସ ୧ତାରିଖ ବିଳମ୍ବିତ ରାତିରେ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ନିର୍ମଳ କୁମାର ନାୟକ ଅଭିଯୋଗ କରିଛନ୍ତି ଯେ ବିଦ୍ୟାପୀଠରେ ଜଣେ ପିଅନ ଶୋଇଥିବା ବେଳେ ସେହି ଘରକୁ ବାହାର ପଟୁ ତାଲା ପକାଇ ବନ୍ଦ କରି ସ୍କୁଲର ରୁମରେ ପଡିଥିବା ତାଲାକୁ ଲୁହାରଡରେ ତଡାଯାଇ ୨୧ହଜାର ଟଙ୍କା ମୂଲ୍ୟର ୨ଟି ଆକୁଆଗାର୍ଡ ଚୋରି କରିନିଆଯାଇଛି । ସେହି ଚୋରୀ ଘଟଣାରେ ନିକିରାଇ ଥାନା ପୋଲିସ ସୁନିଲ ରାଉତ ଏବଂ ପପୁ ରାଉତ ନାମକ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୁତ୍ରରୁ ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ବିଭିନ୍ନ ରାସ୍ତା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପରଜଙ୍ଗ, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସାଆନ୍ଦା …

Leave a Reply

Your email address will not be published. Required fields are marked *