Thursday , June 17 2021
Breaking News
Home / ବିଶେଷ / ଢୋଲ ପଂଚାୟତରେ ନୂତନ ଅଙ୍ଗନୱାଡିକେନ୍ଦ୍ର ଗଠନ ପାଇଁ ଜିଲ୍ଲା ପରିଷଦ ସଭ୍ୟାଙ୍କ ଦାବି

ଢୋଲ ପଂଚାୟତରେ ନୂତନ ଅଙ୍ଗନୱାଡିକେନ୍ଦ୍ର ଗଠନ ପାଇଁ ଜିଲ୍ଲା ପରିଷଦ ସଭ୍ୟାଙ୍କ ଦାବି

କେନ୍ଦ୍ରାପଡା, ୧୨/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଢୋଲ ଗ୍ରାମପଂଚାୟତରେ ଏକ ନୂତନ ଅଙ୍ଗନୱାଡିକେନ୍ଦ୍ର ଖୋଲାଯିବା ପାଇଁ ୫ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ରେଶ୍ମୀ ଚକ୍ରବର୍ତୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।  ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶାରେ ୧୫୬୭ଟି ନୂତନ ଅଙ୍ଗନୱାଡି କେନ୍ଦ୍ର୍ର ଖୋଲାଯିବା ପାଇଁ ପ୍ରସ୍ତାବ ରହିଥିବା ବେଳେ ଢୋଲ ପଂଚାୟତର ଜମରା ଗ୍ରାମରେ ଜରୁରୀ ଆବଶ୍ୟକତା ଦୃଷ୍ଟିରୁ ସେଠାରେ ତୃତୀୟ ଅଙ୍ଗନୱାଡି କେନ୍ଦ୍ର ଖୋଳାଯିବାକୁ ଶ୍ରୀମତୀ ଚକ୍ରବର୍ତୀ ଦାବି କରିଛନ୍ତି । ଜମରା ରାଜସ୍ୱ ଗ୍ରାମର ଲୋକସଂଖ୍ୟା ୧୫ଶହ ଥିବା ସ୍ଥଳେ ସେଠାରେ ପୂର୍ବରୁ ୨ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ସେହି ଗ୍ରାମର ପ୍ରାୟ ୬ଟି ୱାର୍ଡରେ ଶିଶୁମାନେ ଶିକ୍ଷା ଓ ଅପପୃଷ୍ଟିର ଶୀକାର ହେଉଛନ୍ତି । ତେଣୁ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜମରା ଗ୍ରାମରେ ତୃତୀୟ ଅଙ୍ଗନୱାଡି କେନ୍ଦ୍ର ଖୋଲାଯିବାକୁ ଶ୍ରୀମତୀ ଚକ୍ରବର୍ତୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *