Monday , June 21 2021
Breaking News
Home / ବିଶେଷ / ଡ୍ରେନ୍ ନିର୍ମାଣ ଓ ପ୍ରଧାନମନ୍ତ୍ରୀ ଆବାସ ପାଇଁ ମହିଳାଙ୍କ ଦାବି

ଡ୍ରେନ୍ ନିର୍ମାଣ ଓ ପ୍ରଧାନମନ୍ତ୍ରୀ ଆବାସ ପାଇଁ ମହିଳାଙ୍କ ଦାବି

କେନ୍ଦ୍ରାପଡ଼ା, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ପୌରାଞ୍ଚଳ ଅଧୀନ ୧ ନମ୍ବର ୱାର୍ଡ ଶାମଗୁଡିଆ ଅନ୍ତର୍ଗତ ମାଉସୀମା ମନ୍ଦିର ନିକଟରେ ବାସ କରୁଥିବା ଅଧିବାସୀ ବର୍ଷାଜଳ ନିଷ୍କାସନ ପାଇଁ ଜିଲାପାଳଙ୍କୁ ଦାବି ଜଣାଇଛନ୍ତି । ଏହାସହ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ପକ୍କାଘର ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ସେମାନଙ୍କ ଦାବି ମୁତାବକ ଏହି ଅଧିବାସୀମାନେ ଦୀର୍ଘଦିନ ହେବ ବାସ କରୁଥିବାବେଳେ ସରକାରଙ୍କ ତରଫରୁ ଭୂମିହୀନ ପଟ୍ଟା ଯୋଗାଇ ଦିଆଯାଇଛି । ବର୍ଷାଦିନେ ପାଣି ସେମାନଙ୍କ ଘର ନିକଟରେ ଜମା ହୋଇ ରହୁଥିବାରୁ ଚଳ ପ୍ରଚଳ ହେବାର ଅସୁବିଧା ଭୋଗ କରୁଛନ୍ତି । ରଥଦାଣ୍ଡରେ ତିଆରି ହୋଇଥିବା ଡ୍ରେନ୍କୁ ଆର୍ଡି ଅଫିସ୍ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ କରାଗଲେ ବର୍ଷା ଜଳ ନିଷ୍କାସିତ ହୋଇପାରନ୍ତା ବୋଲି ସେମାନେ ଜିଲାପାଳଙ୍କୁ ଅବଗତ କରାଇଛନ୍ତି । ଗୀତାଞ୍ଜଳି ବେହେରା, ଶାନ୍ତିଲତା ବେହେରା, ମୀନତି ବେହେରା, ଲତା ବେହେରା ପ୍ରମୁଖ ଜିଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *