Tuesday , June 15 2021
Breaking News
Home / ତାଜା ଖବର / ଡ୍ରଗ୍ସ ମାଫିଆ ସେକ୍ ରାଜା ଘରେ ଏସଟିଏଫର ଚଢ଼ଉ

ଡ୍ରଗ୍ସ ମାଫିଆ ସେକ୍ ରାଜା ଘରେ ଏସଟିଏଫର ଚଢ଼ଉ

ବାଲେଶ୍ୱର, ୨୩/୦୯/୨୦୧୯ ( ଓଡ଼ିଶା ସମାଚାର)- କୁଖ୍ୟାତ ଡ୍ରଗ୍ସ ମାଫିଆ ସେକ୍ ରାଜାର ବାଲେଶ୍ୱର ଅରଡ଼ବଜାର ଗଳାପୋଲ ସ୍ଥିତ ଘରେ ରବିବାର ସକାଳେ କ୍ରାଇମବ୍ରାଂଚ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ପକ୍ଷରୁ ଚଢ଼ଉ କରାଯାଇଛି । ଏସଟିଏଫର ଜଣେ ଆଡ଼ିସିନାଲ ଏସପି, ଦୁଇ ଜଣ ସବଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀଙ୍କୁ ନେଇ ଗଠିତ ଏକ ୫ ଜଣିଆ ଟିମ୍ ଏହି ଚଢ଼ଉରେ ସାମିଲ୍ ଥିଲେ । ଅଧିକାରୀ ମାନେ ତା’ର ପରିବାର ଲୋକଙ୍କୁ ଏ ସମ୍ପର୍କରେ ପଚରା ଉଚୁରା କରିଥିଲେ । ପତ୍ନୀ ପ୍ରିୟା ବିବି, ଶାଶୂ ଓ ତାଙ୍କ ଝିଆରୀ ନିକଟରୁ ରାଜାର ବ୍ୟବସାୟିକ ଲିଙ୍କ୍ ନେଇ ତଥ୍ୟ ସଂଗ୍ରହ କରିଥିଲେ । ଆବଶ୍ୟକୀୟ କାଗଜପତ୍ର ଯାଂଚ୍ କରିଥିଲେ । ସେକ୍ ରାଜାର ଡ୍ରଗ୍ସ କାରବାର ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଏହି ଟିମ୍ ଖୋଳତାଡ଼ ଜାରୀ ରଖିଛି । ପ୍ରକାଶ ଥାଉ କି, ରାଜା ସହିତ ଲିଙ୍କ୍ ଅଭିଯୋଗରେ ସହଦେବଖୁଂଟା ଥାନା ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁଙ୍କୁ ଏସଟିଏଫ ଗିରଫ କରିବା ସହ ରିମାଣ୍ଡରେ ନେଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୫ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩/୦୬/୨୦୨୧(ଓଡ଼ିଶା ସମାଚାର / ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *