Sunday , June 13 2021
Breaking News
Home / ବିଶେଷ / ଡି-ବ୍ରଦର୍ସଙ୍କ ଆଉ ୧୨ ସହଯୋଗୀ ଗିରଫ – ୭ରୁ ଅଧିକ ବନ୍ଧୁକ ,୫୦ ରାଉଣ୍ଡରୁ ଅଧିକ ଗୁଳି ଓ ଏକ ଦାମି କାର ଜବତ

ଡି-ବ୍ରଦର୍ସଙ୍କ ଆଉ ୧୨ ସହଯୋଗୀ ଗିରଫ – ୭ରୁ ଅଧିକ ବନ୍ଧୁକ ,୫୦ ରାଉଣ୍ଡରୁ ଅଧିକ ଗୁଳି ଓ ଏକ ଦାମି କାର ଜବତ

କଟକ ୧୫/୧୨/୨୦୨୦(ଓଡ଼ିଶା ସମାଚାର/ଦେବାଶିଷ ରଥ)-ପୋଲିସର ଅପରେସନ ଡି-ବ୍ରଦର୍ସ । ଡି-ବ୍ରଦର୍ସଙ୍କ ଆଉ ୧୨ ସହଯୋଗୀଙ୍କୁ ଉଠାଇ ନେଲା ପୋଲିସ । ସେମାନଙ୍କ ନିକଟରୁ ୭ରୁ ଅଧିକ ବନ୍ଧୁକ ସହ ୫୦ ରାଉଣ୍ଡରୁ ଅଧିକ ଗୁଳି ଜବତ ହୋଇଛି ।
କମିଶନରେଟ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କଟକ ଜଗତପୁର ଥାନା, ମାଲଗୋଦାମ ଥାନା , ଚାଉଳିଆଗଞ୍ଜ ଥାନା ଓ କର୍ମତନଗର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଡି-ବ୍ରଦର୍ସଙ୍କ ୧୨ଜଣ ସହଯୋଗୀଙ୍କୁ ଗିରଫ କରାଯାଇ ସେମାନଙ୍କ ନିକଟରୁ ଏକ ଇନୋଭା ଦାମୀ କାର୍ ନଂ ଓଡ଼ି ୨୧ ଇ ୨୫୫୫ , ୬ ଟି ପିସ୍ତଲ, ୩୫ ରାଉଣ୍ଡ ଗୁଳି ଜବତ ହୋଇଥିବା ସୂଚନା ମିଳିଛି। ଗିରଫ ୧୨ ଅପରାଧୀ ହେଉଛନ୍ତି ୧.ଅସିତ କୁମାର ଦାସ ଆଲିଆସ ଡ଼ିମା (୨୯) ବଡ଼ ଡ଼େଢ଼ିଲୋ ଜଗତସିଂହପୁର ଜିଲା , ୨.ରାକେଶ ମଲିକ ଆଲିଆସ ପିଙ୍କୁ (୨୪) ଶାଳିଜଙ୍ଗା ଜଗତସିଂହପୁର, ୩.ସୂର୍ଯ୍ୟକାନ୍ତ ସ୍ୱାଇଁ ଆଲିଆସ ସୂର୍ଯ୍ୟ (୨୭) ଶାଳଗାଁ ଜଗତସିଂହପୁର , ୪.ବ୍ରଜ କିଶୋର ସ୍ୱାଇଁ ଆଲିଆସ ବିଭୁ (୪୭) ଖଇରଙ୍ଗ ଜଗତସିଂହପୁର , ୫.ରତ୍ନାକର ଦାସ ଆଲିଆସ ବାବୁଲା (୪୦) ଆଗର ଜଗତସିଂହପୁର , ୬. ଧନଂଜୟ ସାହୁ ଆଲିଆସ ମାଙ୍ଗା ( ୩୨) ନାଉଗାଁ ଜଗତସିଂହପୁର , ୭. ରାକେଶ ଦାସ ଆଲିଆସ ରାକା (୨୪) ଅଳାଭର , ବାଲିକୁଦା , ଜଗତସିଂହପୁର, ୮. ସ୍କୃତି ରଂଜନ ସାସ ଆଲିଆସ ଲିପୁ ( ୩୭) ଗାଲୁପଡ଼ା ଜଗତସିଂହପୁର ,୯.ଆସିଶ କୁମାର ଜେନା ଆଲିଆସ ଟିଟୁଆ (୨୪) ସିଙ୍ଗିପୁର ଜଗତସିଂହପୁର , ୧୦.ସୁବ୍ରତ ସାମଲ ଆଲିଆସ ପିଂଟୁ (୨୪) ମଙ୍ଗଳାବାଗ କଟକ, ୧୧. ବିଶ୍ୱଜିତ ପଟ୍ଟନାୟକ ଆଲିଆସ ଲକି (୧୯) ଝିଂକିରିଆ ବୈୟାଳିଶ ମୌଜା ଓ ୧୨. ବିଶ୍ୱଜିତ ସାମଲ ଆଲିଆସ ରାଜା (୨୩) ନିମସାହି , ପୁରୀଘାଟ କଟକ ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ଦୁଇ ଭାଇ ସୁଶାନ୍ତ ଧଳସାମନ୍ତ ଏବଂ ସୁଶୀଲ ଧଳସାମନ୍ତଙ୍କ କଟକ ସ୍ଥିତ ସିଡିଏ ବାସଭବନରେ ପୋଲିସ ଚଢଉ କରିଥିଲା । ଚଢଉ ବେଳେ ଧଳସାମନ୍ତ ଭ୍ରାତାଙ୍କ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *