Thursday , June 17 2021
Home / ଶିକ୍ଷା / ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

ଭୁବନେଶ୍ୱର,୧୦/୦୮/୨୦୧୯(ଓଡ଼ିଶା ସମାଚାର)- ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିରୂପେ ଏସସିଆରବିର ବରିଷ୍ଠ ଆଇ.ପି.ଏସ ଡ. ସୁଧାଂଶୁ ଷଡଙ୍ଗୀ ଯୋଗଦାନ କରିଥିଲେ । ସାମ୍ପ୍ରତିକ ସମାଜରେ ପ୍ରଯୁକ୍ତି ବିଦ୍ୟାର ଉକ୍ରର୍ଷତା ସମ୍ପର୍କରେ ସେ ଆଲୋକପାତ କରିଥିଲେ । ମାନସିକ ଦକ୍ଷତାର ବିକାଶ ବଳରେ ଛାତ୍ର ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏତଦ ବ୍ୟତୀତ ନିଜ ଅଭିଜ୍ଞତାରୁ ଅନେକ ଦୃଷ୍ଟାନ୍ତ ପ୍ରତିପାଦନ କରି ଉପସ୍ଥିତ ବିଦ୍ୟାର୍ଥୀଙ୍କ ମନରେ ସମାଜ ପ୍ରତି କର୍ତବ୍ୟବୋଧ ସମ୍ପର୍କରେ ସଚେତନ କରାଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଡ.ସୁଜାତା ଛାତ୍ର ପ୍ରତିନିଧିମାନଙ୍କୁ ପଦ ଓ ଦାୟିତ୍ୱବୋଧର ଶପଥପାଠ କରାଇଥିଲେ । ରଶ୍ମିତା ବିଶ୍ୱାଳ ସ୍କୁଲ ଲିଡର ଏବଂ ଅର୍ଚ୍ଚନା ମିଶ୍ର ଅସିଷ୍ଟାଂଟ ସ୍କୁଲ ଲିଡରରୂପେ ମନୋନୀତ ହୋଇଥିବା ସ୍ଥଳେ ୧୨ ଜଣ ଛାତ୍ର ପ୍ରତିନିଧି ଏବଂ ୬ ଜଣ କ୍ଲବ ର ସମ୍ପାଦକ ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ ।

 

ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ ମଦନ ମୋହନ ପଣ୍ଡା , ଡିଏଭି କଳିଙ୍ଗନଗରର ଚେୟାରମ୍ୟାନ ଶରତ ଚନ୍ଦ୍ର ମିଶ୍ର ତଥା କଟକ ଓ ଭୂବନେଶ୍ୱର ଡିଏଭି ଅନୁଷ୍ଠାନର ଅଧ୍ୟକ୍ଷ , ଅଧ୍ୟକ୍ଷା ଓ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଯୋଗଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଝରଣା ମିଶ୍ର ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *