Sunday , June 20 2021
Home / ବିଶେଷ / ଡିଏଭି ପବ୍ଲିକ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ

ଡିଏଭି ପବ୍ଲିକ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡା ୧୬/୦୮/୨୦୧୯(ଓଡ଼ିଶା ସମାଚାର)-ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ୭୩ତମ ସ୍ୱାଧୀନତା ଦିବସ ଓ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।  ସ୍କୁଲର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ପତାକା ଉତୋଳନ କରିଥିଲେ । ଜାତୀୟ ସଂଗୀତ ଗାନ ପରେ ଏକ ସଭାରେ ଅଧ୍ୟକ୍ଷତା କରି  ସ୍କୁଲ ଅଧ୍ୟକ୍ଷ ଶ୍ରୀ ବିଶ୍ୱାଳ କହିଥିଲେ ଯେ ଦେଶପ୍ରତି କର୍ତବ୍ୟ ପରାୟଣତା ଓ  ବିନା ସ୍ୱାର୍ଥରେ ଅନ୍ୟର ଉପକାର କରିବା ହିଁ ପ୍ରକୃତ ଦେଶପ୍ରେମ । ସର୍ବଦା ଦେଶ ଓ ଜାତୀୟ ସ୍ୱାର୍ଥକୁ  ଗୁରୁତ୍ୱ ଦେବା ଜରୁରୀ ଅଟେ ।  ଏହି ଅବସରରେ ଛାତ୍ରଛାତ୍ରୀମାନେ  ଇଂରାଜୀରେ ବକ୍ତବ୍ୟ ପଦାନ କରିବା ପରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସ୍କୁଲର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ, ଆଦ୍ୟାଶା ଅର୍ପିତା, ସୁଲଗ୍ନା, ଶ୍ରେୟା, ନମ୍ରତା, ଶୁଭଲକ୍ଷ୍ମୀ, ସ୍ମୃତିସ୍ମିତା, ସୂର୍ଯ୍ୟସ୍ମିତା ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ହାତରେ ରାକ୍ଷୀ ବାନ୍ଧି ଆଶ୍ରିର୍ବାଦ ଭିକ୍ଷା କରିଥିଲେ । ଛାତ୍ର ପ୍ରଜ୍ଞାନ ବିଶ୍ୱାଳ ଜିଲ୍ଲାପାଳଙ୍କୁ ପୁଷ୍ପଗୁଛ ପ୍ରଦାନକରି ସ୍ୱାଧୀନତା ଦିବସର ଶୁଭେଛା ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ପିଲାମାନଙ୍କୁ ଚକଲେଟ ପ୍ରଦାନ କରି ବିଦାୟ ଜଣାଇଥିଲେ । ଶେଷରେ ସ୍କୁଲ ପରିସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ  ହୋଇଥିଲା ।ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *