Sunday , June 13 2021
Breaking News
Home / ତାଜା ଖବର / ଡଙ୍ଗା ଜବତ: ୪ ମତ୍ସ୍ୟଜୀବୀ ଗିରଫ

ଡଙ୍ଗା ଜବତ: ୪ ମତ୍ସ୍ୟଜୀବୀ ଗିରଫ

ରାଜନଗର, ୧୭/୦୯/୨୦୧୯(ଓଡ଼ିଶା ସମାଚାର)-ରାଜନଗର ବ୍ଲକ ବାଉଁଶଗଡ ନଦୀରେ ବେଆଇନ ଭାବେ କଙ୍କଡା ଧରୁଥିବା ବେଳେ ବନବିଭାଗ ୪ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ୨ଡଙ୍ଗା ଜବତ କରିଛି । ସାତଭାୟା ସେକ୍ସନ ଫରେଷ୍ଟର ସୟକୁମାର ପ୍ରଧାନଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ ତ୍ରିଦୀବକୁମାର ପ୍ରଧାନଙ୍କ ସହ ଆଂଟି ପୋଚିସ୍କ୍ୱାର୍ଡ ବାଉଁଶଗଡ ନଦୀରେ ବେଆଇନ ଭାବେ କଙ୍କଡା ଧରୁଥିବା ଦେବେନ୍ଦ୍ରନାରାୟଣପୁର ଗ୍ରାମର ଶ୍ୟାମପଦ ମଣ୍ଡଳ ଓ ସୟ ମଣ୍ଡଳଙ୍କୁ ଗିରଫ କରିଥିଲେ । ସେମାନେ ବ୍ୟବହାର କରୁଥିବା ଡଙ୍ଗା, ୩୦ଫୁଟର କଙ୍କଡାଧରା ଜାଲ ଓ ୪କି.ଗ୍ରା କଙ୍କଡା ଜବତ କରିଥିଲେ । ସେହିଭଳି ଏହି ନଦୀରେ ବେଆଇନ ଭାବେ କଙ୍କଡା ଧରୁଥିବା ବଗପାଟିଆ ଗ୍ରାମର ହରିପଦରପ୍ତାନ ଓ ବିକାଶ ରପ୍ତାନକୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ଗୋଟିଏ ଡଙ୍ଗା, ୨୦ଫୁଟର କଙ୍କଡାଧରା ଜାଲ ସହ ୩କି.ଗ୍ରା କଙ୍କଡା ଜବତ କରିଥିଲେ । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *