Sunday , June 20 2021
Home / ବିଶେଷ / ଠାକୁର ନିଗମାନନ୍ଦଙ୍କ  ବାର୍ଷିକ ଉତ୍ସବ

ଠାକୁର ନିଗମାନନ୍ଦଙ୍କ  ବାର୍ଷିକ ଉତ୍ସବ

କେନ୍ଦ୍ରାପଡା ୨୯/୦୬/୨୦୧୯ (ଓଡ଼ିଶା ସମାଚାର)-ପରମହଂସ ଶ୍ରୀମଦ ସ୍ୱାମୀ ନିଗମାନନ୍ଦଙ୍କ ବାର୍ଷିକ ଉତ୍ସବ କେନ୍ଦ୍ରାପଡାର ଡଃ.ବଳରାମ ଲେଙ୍କାଙ୍କ ଗୃହାସନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଭାତରୁ ପ୍ରତୀକ୍ଷା, ଆରତୀ, ସ୍ତ୍ରୋତ୍ରବନ୍ଦନା, ଉପଦେଶ, ସଙ୍ଘମାନଙ୍କ ପୁସ୍ତକରୁ ପ୍ରାର୍ଥନାକାରୀଙ୍କ ପ୍ରତି ପାଠ କରାଯାଇଥିଲା । ଦ୍ୱିତୀୟ ଅଧିବେସନରେ  ପୁରୀ ନୀଳାଚଳ ସାରସ୍ୱତ ସଙ୍ଘର ପ୍ରାକ୍ତନ ସଭାପତି ଡା.ଗୁରୁ ପ୍ରସାଦ ଛୋଟରାୟ ସଭାପତିତ୍ୱ କରିଥିଲେ । ସଦ ଗ୍ରନ୍ଥ ପାଠ ପରେ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରାପଡା ତୁଳସୀକ୍ଷେତ୍ର ଶାଖା ସଙ୍ଘ ସଭାପତି ଯଦୁମଣୀ ଭଦ୍ର ତୁଳସୀକ୍ଷେତ୍ର ମାହାତ୍ମ୍ୟ, ଶ୍ରୀବଳଦେବଜୀଉଙ୍କ ମହିମା ଓ  ଗୁରୁତତ୍ୱ ଉପରେ ଆଲୋକପାତ କରିଥିଲେ । ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଧ୍ୟାପକ ଅଜୟ କୁମାର ସାମଲ ନୀତି ନୈତିକତା ଉପରେ ଗୁରୁତ୍ୱ ଦେଇଥିଲେ । ମେଜର ଭରତ ଚନ୍ଦ୍ର ଜେନା ଜଗନ୍ନାଥ ଦର୍ଶନ ଉପରେ ବକ୍ତବ୍ୟ ରଖିଥିଲେ । ପୃଥିରାଜ ଭାଇ ଓ ଅନ୍ୟାନ୍ୟ  ଭାଇମାନେ ଭାବ ବିନିମୟରେ ଅଂଶଗ୍ରହଣ କରିଥିଲେ । ସଭାପତି ତାଙ୍କ ଅଭିଭାଷଣରେ ସଦଗୁରୁଙ୍କ ଜୀବବନରେ  ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ଆଖପାଖ ସଙ୍ଘରୁ ଅନେକ ଭାଇ ଓ ଅନେକ ଭଦ୍ରବ୍ୟକ୍ତି ଉତ୍ସବରେ  ଯୋଗ ଦେଇଥିଲେ । ଶେଷରେ ଠାକୁରଙ୍କୁ ଭୋଗ ନିବେଦନ କଲାପରେ  ଭକ୍ତମାନେ ପ୍ରସାଦ ସେବନ କରିଥିଲେ ।   ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *