Tuesday , June 15 2021
Breaking News
Home / ତାଜା ଖବର / ଟ୍ରାକ୍ଟର ଓଲଟି ଚାଳକ ମୃତ, ୬ ଆହତ

ଟ୍ରାକ୍ଟର ଓଲଟି ଚାଳକ ମୃତ, ୬ ଆହତ

ରାୟଗଡ଼ା୦୩/୦୮/୨୦୧୯ ( ଓଡ଼ିଶା ସମାଚାର)-ରାୟଗଡ଼ା କଞ୍ଜାମଯୋଡ଼ି ଗାଁରେ ଏକମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି । ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ଜଣଙ୍କମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ସୂଚନାନୁସାରେ, ରାୟଗଡ଼ା ଜିଲ୍ଲା ଶିଖରପାଇ ପଂଚାୟତ କଞ୍ଜାମଯୋଡ଼ି ଗାଁରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଟ୍ରାକ୍ଟର ଚାଳକ ରାସ୍ତାକୁ ଛିଟକି ପଡ଼ିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୬ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇପଡ଼ିଛନ୍ତି । ସମସ୍ତ ଗୁରୁତର ଙ୍କୁ ଚିକିତ୍ସା ପାଇଁ କଲ୍ୟାଣସିଂହପୁର ମେଡ଼ିକାଲରେ ଭର୍ତିିର୍ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପିକଅପ ଭ୍ୟାନ ଧକ୍କା ରେ ଯୁବକ ଗୁରୁତର

ସାଲେପୁର,୧୧/୦୬/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ଆଜି ସନ୍ଧ୍ୟା ସମୟରେ ସାଲେପୁର ର ରୋଧପୁର ନିକଟରେ ଏକ ମାଲବାହୀ  ପିକପ …

Leave a Reply

Your email address will not be published. Required fields are marked *