Sunday , June 20 2021
Breaking News
Home / ତାଜା ଖବର / ଟ୍ରକ୍ ଧକ୍କାରେ ଗର୍ଭବତୀ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ଆହତ

ଟ୍ରକ୍ ଧକ୍କାରେ ଗର୍ଭବତୀ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ଆହତ

ବୌଦ୍ଧ, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)-ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ୫୭ ନଂ ଜାତୀୟ ରାଜପଥର ବଦଳାସାହି ଠାରେ ଏକ ଟ୍ରକ୍ ଧକ୍କା ଦେବା ଫଳରେ ବାଇକରେ ଯାଉଥିବା ଜଣେ ଗର୍ଭବତୀ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ମହିଳା ଜଣକ ହେଲେ ନୟାଗଡ ଜିଲା ଜୋଲୁକାବାଲୀ ଗ୍ରାମର ଜ୍ୟୋକ୍ଟରା ପ୍ରଧାନ । ମହିଳା ଜଣକ ପ୍ରଥା ଅନୁଯାୟୀ ନିଜ ବାପା ଘରକୁ ପିଠା ଖାଇବାକୁ ଯାଇ ସ୍ୱାମୀ ସନ୍ତୋଷ ପ୍ରଧାନଙ୍କ ସହିତ ଏକ ବାଇକ୍ ଯୋଗେ ନିଜ ଶ୍ୱଶୁର ଘରକୁ ଫେରୁଥିଲେ । ଆହତ ସନ୍ତୋଷଙ୍କୁ ବାଣିଗୋଛା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଲୋକଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା । ଓଡ଼ିଶା ସମାଚାର

About admin

Check Also

ବାଇକ ଦୁର୍ଘଟଣା ରେଜଣେ ମୃତ, ଜଣେ ଆହତ 

 ମାହାଙ୍ଗା, ୧୭/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )  ଆଜିସନ୍ଧ୍ୟା ରେ  ସ୍ଥାନୀୟ ବାଗସରପୁର କୁସୁପୁର କେନାଲ ବନ୍ଧ ରାସ୍ତା …

Leave a Reply

Your email address will not be published. Required fields are marked *