Saturday , July 31 2021
Breaking News
Home / ବିଶେଷ / ଟୁରିଷ୍ଟ୍ ବୋଟ୍ ଜ।ଳି ଦେଲେ ଦୂର୍ବୃତ – ପୋଲିସ୍ ର ତନଘନା

ଟୁରିଷ୍ଟ୍ ବୋଟ୍ ଜ।ଳି ଦେଲେ ଦୂର୍ବୃତ – ପୋଲିସ୍ ର ତନଘନା

ପାରାଦ୍ୱୀପ,୧୬/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ନେହେରୁବଙ୍ଗଳାସ୍ଥିତ ମାଛଧରା ବନ୍ଦର ପରିସର ରେ ଥିବା ଏକ ଟୁରିଷ୍ଟ୍ ବୋଟ୍ ଜଳି ପାଉଁଶ ହୋଇଯାଇଛି । ଗତ କିଛିଦିନ ହେଲା କରୋନା କଟକଣା ଯୋଗୁଁ ଏହି ବୋଟ କୁ ମାଛଧରା ବନ୍ଦର ରେ ରଖାଯାଇଥିଲା । ଗୁରୁବାର ବିଳମ୍ବିତ ରାତିରେ କେହି ଦୂର୍ବୃତ ଏଥିରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ନେହେରୁବଙ୍ଗଳା ମହାନଦୀ ମୁହାଣ ନିକଟକୁ ଆସୁଥିବା ପର୍ଯ୍ୟଟକମାନେ ଏହି ବୋଟ ରେ ମୁହାଁଣରେ ବୁଲିବାର ସୁବିଧା ପାଇଥାନ୍ତି । କରୋନା ଯୋଗୁଁ ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇ ଯାଇଥିବାରୁ ବୋଟ କୁ ମାଛଧରା ବନ୍ଦର ରେ ରଖାଯାଇଥିଲା । ସକାଳୁ ଏହା ଜଳୁଥିବା ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପାରାଦୀପ ମେରାଇନ ଥାନା ପୋଲିସ ପହଂଚି ତଦନ୍ତ କରୁଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ । ଟୁରିଷ୍ଟ୍ ବୋଟ୍ ପୋଡିବା ଘଟଣା କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *