Thursday , August 5 2021
Breaking News
Home / ସ୍ୱାସ୍ଥ୍ୟ / ଟୀକା କରଣ ସ୍ଳଟ୍ ବୁକିଂ ୫ ମନିଟ୍ ରେ ଶେଷ

ଟୀକା କରଣ ସ୍ଳଟ୍ ବୁକିଂ ୫ ମନିଟ୍ ରେ ଶେଷ

ପାରାଦ୍ୱୀପ ୧୭/୦୭/୨୦୨୧(ଓଡ଼ିଶା ସମାଚାର)- ବନ୍ଦର ତଥା ଶିଳ୍ପ ସହର ପାରାଦ୍ୱୀପରେ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ବର୍ଗର ଲୋକ ମାନଙ୍କୁ ଟୀକାକରଣ କରାଯାଉଛି । ସମସ୍ତ ଟୀକାଗ୍ର୍ରହଣ କେନ୍ଦ୍ରରେ ୫୦ ପ୍ରତିଶତ ଅନଲାଇନ୍ ସ୍ଲଟ ବୁକିଂ ଓ ଅବଶିଷ୍ଟ ୫୦ ପ୍ରତିଶତ ଟୀକା ଅଫଲାଇନ ମାଧ୍ୟମରେ ଟୀକାଦାନ କରାଯାଉଛି । ତେବେ ଯୋଗାଣ ଅଭାବ ଏବଂ ଅତ୍ୟାଧିକ ଭିଡ ହେତୁ ଚଳିତ ଟୀକାଦାନ ପର୍ଯ୍ୟାୟରେ ସମସ୍ତ ଟୀକା କୁ ଅନଲାଇନ୍ ସ୍ଳଟ ବୁକିଂ ମାଧ୍ୟମରେ କରାଯାଇଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଚଳିତ ଜୁଲାଇ ୧୯ ତାରିଖ ରେ ୧୮ ରୁ ୪୪ ବର୍ଷଙ୍କ ଟୀକାକରଣ ପାଇଁ ଅଠରବାଙ୍କୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସର୍ବମୋଟ ୪୦୦ ଓ ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟରେ ୩୦୦ ଟୀକାକରଣ ପାଇଁ ଜୁଲାଇ ୧୭ ତାରିଖ ଦିନ ଶତ ପତିଶତ ଅନଲାଇନ୍ ସ୍ଳଟ ବୁକିଂ କରାଯାଇଥିଲା । ତେବେ ଦିନ ୧ଟା ବେଳେ ଆରମ୍ଭ ହୋଇଥିବା ଏହି ଅନଲାଇନ୍ ସ୍ଳଟ ବୁକିଂ ମାତ୍ର ୫ ମିନିଟ୍ରେ ଶେଷ ହୋଇଯାଇଥିଲା । ବହୁ ଯୁବ ବର୍ଗ ଟୀକା ବୁକିଂ କରି ନପାରି ହତାଶ ହୋଇଥିବାର ଦେଖିବାକୁ ମିଳିଛି ।   ଓଡ଼ିଶା ସମାଚାର

About admin

Check Also

ଆଜି କେନ୍ଦ୍ରାପଡ଼ା ଜିଲାରେ ମାତ୍ର ୧୮ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା,୦୨/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମାତ୍ର ୧୮ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା …

Leave a Reply

Your email address will not be published. Required fields are marked *