Tuesday , June 15 2021
Breaking News
Home / ତାଜା ଖବର / ଟାଟା ହିଟାଚି ପୋଡ଼ିଦେଲେ ଦୁର୍ବୃତ

ଟାଟା ହିଟାଚି ପୋଡ଼ିଦେଲେ ଦୁର୍ବୃତ

ଡେରାବିଶ , ୦୨/୦୭/୨୦୧୯ (ଓଡ଼ିଶା ସମାଚାର)-ଡେରାବିଶ ଥାନା ଅନ୍ତର୍ଗତ ଓଲଢ଼ିଠାରେ କାର୍ଯ୍ୟରତ ଏକ ଟାଟା ହିଟାଚି ଗାଡ଼ିକୁ ରାତିରେ କେହି ଦୁର୍ବୃତ ପୋଡ଼ି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକାରୀ ଓଲଢ଼ି ଗ୍ରାମର ଗୌରାଙ୍ଗ ଚରଣ ସ୍ୱାଇଁ ତାଙ୍କ ଅଭିଯୋଗରେ ଗ୍ରାମ ପାଖରେ ଥିବା ତାଙ୍କର ଏକ ହିଟାଚି ଗାଡ଼ି କୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ନିଆଁ ଲଗାଇ ଦେଇଥିବା ଦର୍ଶାଇଛନ୍ତି । ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅଭିଯୋଗକୁ ଭିତିକରି ଥାନାରେ ଏକ ମାମଲା ରୁଜୁ କରିବାସହ ଥାନା ଅଧିକାରୀ ଉମାକାନ୍ତ ନାୟକ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୫ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩/୦୬/୨୦୨୧(ଓଡ଼ିଶା ସମାଚାର / ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *