Saturday , July 31 2021
Breaking News
Home / କୃଷି / ଟାଟା ଟ୍ରଷ୍ଟ ତରଫରୁ ପ୍ରଦତ୍ତ ବିଶୁଦ୍ଧ ପାନୀୟ ଜଳ ଓ  ଚାଷପୋଯୋଗୀ ପ୍ରକଳ୍ପ ଉଦଘାଟିତ

ଟାଟା ଟ୍ରଷ୍ଟ ତରଫରୁ ପ୍ରଦତ୍ତ ବିଶୁଦ୍ଧ ପାନୀୟ ଜଳ ଓ  ଚାଷପୋଯୋଗୀ ପ୍ରକଳ୍ପ ଉଦଘାଟିତ

  ବାଲିଗୁଡା,୧୯/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର କୋଟଗଡ ବ୍ଲକ ଅନ୍ତର୍ଗତ ନୀଲୀଗୁଡାରେ ଟାଟା ଟ୍ରଷ୍ଟ ତରଫରୁ ପାହାଡ଼ ଝରରୁ ପହଁଚିଲା ବିଶୁଦ୍ଧ ପାନୀୟ ଜଳ ଓ ଚାଷପୋଯୋଗୀ ପ୍ରକଳ୍ପ ଏହା କୋଟଗଡ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମ ରେ ନୀଲୀଗୁଡା ର ଲୋକେ ଉତ୍ସାହିତ ହୋଇ ଲୋକ କଳା ପାରମ୍ପରିକ ନୃତ୍ୟ ଓ ବାଦ୍ୟଯନ୍ତ୍ର ବଜାଇ ଅତିଥି ଙ୍କୁ ସ୍ୱାଗତ କରିଥିଲେ  । ଏଥିରେ କୋଟଗଡ  ସାଂସଦ ପ୍ରତିନିଧି ମନୋଜ କୁମାର ସାବତ, ସମିତି ସଭ୍ୟ ପିଣ୍ଟୁ ମଳିକ, ସରପଞ୍ଚ ବୃନ୍ଦାବନ ମାଝୀ ଓ ବାଦଲ ପ୍ରଧାନ ସମେତ ବହୁ ଅତିଥି ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ  ପ୍ରଦାନ କରିଥିଲେ  । ଏଥିରେ ଟାଟା ଟ୍ରଷ୍ଟର  ଜିଲ୍ଲା ସଂଯୋଜକ ସତ୍ୟଜିତ ରାୟ ଉପସ୍ଥିତ ରହି   ନୀଲୀଗୁଡା ଗ୍ରାମବାସିଙ୍କ ଦୀର୍ଘ ତିନି ମାସ ର ଅକ୍ଲାନ୍ତ ପରିଶ୍ରମ ବଳରେ ପ୍ରାୟ ଦୁଇ କିଲୋମିଟର ପାହାଡ଼ ରୁ ପାଇପ ଯୋଗେ ଗାଁ କୁ ବିଶୁଦ୍ଧ ପାନୀୟ ଜଳ ଓ ଚାଷ ପାଇଁ ଜଳସେଚନର  ସୁବିଧା ପାଇ ପାରିଛନ୍ତି  । ଟାଟା ଟ୍ରଷ୍ଟର  ଆର୍ଥିକ ଓ କର୍ମଚାରୀଙ୍କ ସହାୟତା ରେଏହା  ଆଜି ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଛନ୍ତି  । ଓଡିଶା ସମାଚାର

About admin

Check Also

ବିଭିନ୍ନ ରାସ୍ତା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପରଜଙ୍ଗ, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସାଆନ୍ଦା …

Leave a Reply

Your email address will not be published. Required fields are marked *