Saturday , June 19 2021
Breaking News
Home / ବିଶେଷ / ଟାଇମପାସ୍ ପୁସ୍ତକପର୍ବ : ଲୋକାର୍ପିତ ହେଲା ଡ. ବାସନ୍ତୀ ମହାନ୍ତିଙ୍କ ତିନୋଟି ବହି

ଟାଇମପାସ୍ ପୁସ୍ତକପର୍ବ : ଲୋକାର୍ପିତ ହେଲା ଡ. ବାସନ୍ତୀ ମହାନ୍ତିଙ୍କ ତିନୋଟି ବହି

ଭୁବନେଶ୍ୱର ,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଜଣାଶୁଣା ଲେଖିକା ଡ. ବାସନ୍ତୀ ମହାନ୍ତିଙ୍କ ତିନୋଟି ପୁସ୍ତକ ସ୍ଥାନୀୟ ହୋଟେଲ କେଶରୀଠାରେ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ଲୋକାର୍ପିତ ହୋଇଯାଇଛି । ଟାଇମପାସ୍ ପ୍ରକାଶନ ଦ୍ୱାରା ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାକାର କୃପାସାଗର ସାହୁ ଶ୍ରୀମତୀ ମହାନ୍ତିଙ୍କ ଗଳ୍ପ ସଂକଳନ ‘ଉରଣ’ ଓ ‘ହାତପାପୁଲିରେ ଜୀବନ’ ଏବଂ ସ୍ତମ୍ଭରଚନା ପୁସ୍ତକ ‘ଭୋକ ବିଳାସ’ ଅନାବରଣ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ତିନୋଟିର ପ୍ରାଂଜଳ ସମୀକ୍ଷା କରିଥିଲେ ବିଶିଷ୍ଟ କବି ହୃଷୀକେଶ ମଲ୍ଲିକ, ଗବେଷକ ଓ ଅନୁବାଦକ ଅସିତ ମହାନ୍ତି ଏବଂ ପ୍ରବୀଣ କଥାକାର ସୀତେଶ ତି୍ରପାଠୀ । ଏହି ଅବସରରେ ଲେଖିକା ଶ୍ରୀମତୀ ମହାନ୍ତି ନିଜ ଗପଲେଖାର ଗହନ କଥା ବଖାଣିଥିଲେ । ଟାଇମପାସର ନିର୍ଦ୍ଧେଶକ ତଥା ଯୁବଲେଖକ ସରୋଜ ବଳ ସ୍ୱାଗତ ଭାଷଣ ଦେବା ସହ ଉତ୍ସବ ସଂଚାଳନ କରିଥିଲେ । କବି ପବିତ୍ର ମୋହନ କର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଟାଇମପାସ ପକ୍ଷରୁ ସଭାରେ ଉପସ୍ଥିତ ଥିବା ୨୫ ଜଣ ସମୟାନୁବର୍ତୀ ଦର୍ଶକଙ୍କୁ ଅଭିନବ ଢଙ୍ଗରେ ସମ୍ମାନ ଓ ଉପହାର ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

୩୦ଗ୍ରାମ୍ ବ୍ରାଉନ ସୁଗାର ଜବତ କଲା ପାରାଦୀପ ଅବକାରୀ ଥାନା- ଅଭିଯୁକ୍ତ କୋର୍ଟ ଚାଲାଣ

ପାରାଦ୍ୱୀପ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଅବକାରୀ ଥାନା ଓ କୁଜଙ୍ଗ ପୋଲିସ ମିଳିତ ଭାବେ କୁଜଙ୍ଗ ମାଛ ବଜାରରେ ଚଢାଉ କରି …

Leave a Reply

Your email address will not be published. Required fields are marked *