Thursday , June 17 2021
Breaking News
Home / ବିଶେଷ / ଝିରିପାଣି ଗ୍ରାମରେ ମାଓ ପୋଷ୍ଟର :ପୋଲିସ ଇନଫର୍ମର ମନେ ଶୀଘ୍ର ଆତ୍ମସମର୍ପଣ କରନ୍ତୁ

ଝିରିପାଣି ଗ୍ରାମରେ ମାଓ ପୋଷ୍ଟର :ପୋଲିସ ଇନଫର୍ମର ମନେ ଶୀଘ୍ର ଆତ୍ମସମର୍ପଣ କରନ୍ତୁ

ବାଲିଗୁଡା, ୧୬/୦୨/୨୦୨୧ (ଓଡ଼ିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଝିରିପାଣି ଗ୍ରାମରେ ବାଂଶଧାରା- ନାଗାବଳୀ- ଘୁମୁସର ମାଓ ଡିଭିଜନ ପକ୍ଷରୁ ଏକ ହାତ ଲେଖା ପୋଷ୍ଟର ମାରି ପୁଲିସ ଇନଫର୍ମର ମାନଙ୍କୁ ଚେତାବନୀ ଦିଆଯାଇଛି । ଏଥିରେ କୁଆଡେ ଗଣ୍ଡ ସମାଜ ର ପିଲା ମାନଙ୍କୁ ପୋଲିସ ଇନଫର୍ମର ନ ହେବା ପାଇଁ ଚେତାବନୀ ଦିଆଯାଇଛି । ଯେଉଁମାନେ ପୋଲିସ ଇନଫର୍ମର ବନୁଛନ୍ତି ସେମାନଙ୍କ ତାଲିକା ପୋଷ୍ଟରରେ ମରାଯାଇଛି । ଏହି କାମରୁ ନିବୃତ ରହିବା ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି । ନଚେତ ହେମନ୍ତ ଏବଂ ଭବାନୀ ଙ୍କ ଭଳି ଦଶା ଭୋଗିବାକୁ ପଡିବ ଏବଂ ଏଥି ପାଇଁ ରାଜ୍ୟ ସରକାର ଓ ରାଜ୍ୟସରକାର ଙ୍କ ପୁଲିସ ଅଧିକାରୀ ମାନେ ଦାୟୀ ରହିବେ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।
ସୂଚନା ଯୋଗ୍ୟ ଯେ ଗତ ଜାନୁଆରୀ ୨୯ ତାରିଖରେ ସଶସ୍ତ୍ର ମାଓବାଦୀ ମାନେ ଭଣ୍ଡରଙ୍ଗୀ ପଞ୍ଚାୟତର ସରପଞ୍ଚ ଙ୍କ ପୁଅ ସମେତ ଅନ୍ୟ ଜଣଙ୍କୁ ଘରୁ ଟେକି ଆଣି ନିର୍ମମ ଭାବେ ହତ୍ୟା କରିଥିଲେ, ତା ପରେ ପୁଣି ସେହି ଗାଁ ର ଅନ୍ୟ ୨ ଜଣଙ୍କୁ ଅପହରଣ କରିନେବା ପରେ ସେମାନଙ୍କୁ ଚବିଶି ଘଣ୍ଟା ପରେ ଛାଡିଥିଲେ । ଫଳରେ ଗାଁ ଲୋକେ ଭୟଭୀତ ହୋଇ ରହିଥିବା ବେଳେ ଆଜିର ଏହି ପୋଷ୍ଟର ପୁଣି ଲୋକଙ୍କ ନିଦ ହଜାଇବା ସହ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *