Saturday , July 31 2021
Breaking News
Home / ତାଜା ଖବର / ଝିଅ ବାହାଘର ତିଥି  ନିର୍ଣ୍ଣୟ କରିବାକୁ  ଯାଉଥିଲେ – ଟ୍ରକ୍   ଧକ୍କା ରେ ମୃତ୍ୟୁ

ଝିଅ ବାହାଘର ତିଥି  ନିର୍ଣ୍ଣୟ କରିବାକୁ  ଯାଉଥିଲେ – ଟ୍ରକ୍   ଧକ୍କା ରେ ମୃତ୍ୟୁ

  ବାଲିଗୁଡା,୦୧/୦୭/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ନୂଆଗାଁ ନିକଟରେ ଏକ ବାଇକ ସହ ମାଲବାହୀ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।  ଘଟଣା ରୁ ପ୍ରକାଶ ଯେ, ତୁମୁଡିବନ୍ଧ ବ୍ଲକ ଗୁମା ଗ୍ରାମ ର ବୃନ୍ଦାବନ ଜାନୀ,(୫୦) ତାଙ୍କ ଝିଅ ବାହାଘର ତିଥି  ନିର୍ଣ୍ଣୟ କରିବାକୁ ଶଢୁ ସହ ଦୁଇଟି ବାଇକ ରେ ଯାଉଥିଲେ, ହେଲେ କୋଟଗଡ ର ନୂଆଗାଁ ନିକଟରେ ହଠାତ ଏକ ମାଲବାହୀ ଟ୍ରକ ଡାହାଣ ଆଡୁ ମାଡି ଆସି ଜୋରରେ ବାଡେଇ ହେବା ଫଳରେ ଘଟଣା ସ୍ଥଳରେ ବୃନ୍ଦାବନ ଜାନୀ ଙ୍କ ମୃତ୍ୟୁ ଘଟିବା ସହ ବୃନ୍ଦାବନ ଙ୍କ ବାଇକ ଟି ଟ୍ରକ ରେ ଲାଗି ପ୍ରାୟ ୩ କିଲୋମିଟର କୋଟଗଡ ପାହାଡି ଢ଼ାବା ପର୍ଯ୍ୟନ୍ତ ଆସିଥିଲା ଓ ସେଠାରୁ ଟ୍ରକ ଚାଳକ କେଉଁଆଡେ ଫେରାର ହୋଇଯାଇଥିଲା, ଖବର ପାଇ ଘଟଣା ସ୍ଥଳରେ କୋଟଗଡ଼ ଥାନା ଅଧିକାରୀ ଧୀରାଜ ଲେଙ୍କା ପହଂଚି ଟ୍ରକ କୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡିଛି । ଓଡିଶା ସମାଚାର

About admin

Check Also

ଓଡ଼ିଶା ରେ ଆଉ ୧୬୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ- ୬୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୯/୦୭/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୬୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *