Wednesday , August 4 2021
Breaking News
Home / ଶିକ୍ଷା / ଜୟନ୍ତୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଂଚିତ – ଅଭିଭାବକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ

ଜୟନ୍ତୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଂଚିତ – ଅଭିଭାବକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ

ସାଲେପୁର, ୨୩/୦୭/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା ): ସାଲେପୁର ଶିକ୍ଷାଜିଲ୍ଳା ଅଧିନ ତେନ୍ତୋଲ ପଂଚାୟତରେ ୧୯୮୦ ମସିହାରୁ ସ୍ଥାପିତ ଜୟନ୍ତୀ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକଙ୍କ ଅଭାବ ଯୋଗୁ ଛାତ୍ରଛାତ୍ରୀମାନେ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି । ପ୍ରତିବାଦରେ ଆଜି ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକର୍ତାମାନେ ପହଂଚି ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ବିଦ୍ୟାଳୟରେ ଚଳିତ ଶିକ୍ଷାନିତୀରେ ପ୍ରାଥମିକ (ଅପଗ୍ରେଡ଼୍ ) ବିଦ୍ୟାଳୟ ସହ ମିଶ୍ରଣ ହୋଇଛି । ଅଧୁନା ଉକ୍ତ ହାଇସ୍କୁଲରେ ଚଳିତ ଶିକ୍ଷାବର୍ଷରେ ୯ମ ଶ୍ରେଣୀରେ ୩୭ଜଣ ଓ ୧୦ମ ଶ୍ରେଣୀରେ ୬୧ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତେବେ ଉକ୍ତ ବିଦ୍ୟାଳରେ ଜଣେ ଅସ୍ଥାୟୀ ପ୍ରଧାନ ଶିକ୍ଷକ ଓ ୨ଜଣ ଶିକ୍ଷାସହାୟିକା ଏହି ୨ଟି ଶ୍ରେଣୀରେ ଶିକ୍ଷାଦାନ କରୁଛନ୍ତି । ପ୍ରଧାନ ଶିକ୍ଷକ, ସଂସ୍କୃତ ଶିକ୍ଷକ, ହିନ୍ଦୀ ଶିକ୍ଷକ, କ୍ରୀଡ଼ା ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀମାନେ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି । ଉକ୍ତ ହାଇସ୍କୁଲରେ ଶିକ୍ଷକ ନଥିବା ବିଷୟରେ ସାଲେପୁର ବି.ଇ.ଓ. ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ବି.ଇ.ଓ.ଙ୍କ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇନଥିବା ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରଫୁଲ୍ଲ କୁମାର ସାହୁ ଓ ସଭ୍ୟା ମିନାକ୍ଷୀ ସାହୁ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି । ଗତ ମାଟ୍ରିକ ପରୀକ୍ଷାରେ ୬୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୧ଜଣ କମ୍ ନମ୍ବର ରଖି ପାସ୍ କରିଥିବା ବେଳେ ୨୨ ଜଣ ଫେଲ ହୋଇଥିବା ଜଣାପଡ଼ିଛି । ସେହିପରି ଅଧୁନା ସେହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ଜଣକ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ଦେବା ବେଳେ ଜଣପିଛା ୧୦୦ଟଙ୍କା ଲେଖାଏଁ ଆଦାୟ କରିଥିବା ଓ ଚଳିତବର୍ଷ ନାମ ଲେଖା ବେଳେ ଜଣକ ପିଛା ୪୫୦ଟଙ୍କା ଲେଖାଏଁ ଫିସ୍ ନେଇଥିବା ବିଷୟ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ପରିଚାଳନା କମିଟିର ସଭାପତି ଓ ସଭ୍ୟସଭ୍ୟା ମାନେ ଅଭିଯୋଗ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ଠାରୁ ଅର୍ଥ ଆଦାୟ ବିଷୟରେ ପ୍ରଧାନ ଶିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଛାତ୍ରଛାତ୍ରୀମାନେ ସ୍ୱଇଚ୍ଛାରେ ଦେଇଛନ୍ତି ବୋଲି ପ୍ରଧାନ ଶିକ୍ଷକ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି । ତୁରନ୍ତ ବିଦ୍ୟାଳୟକୁ ଆବଶ୍ୟକ ମୁତାବକ ଶିକ୍ଷକ ନିଯୁକ୍ତି କରାଯିବାକୁ ପରିଚାଳନା କମିଟିର ସଭାପତି ପ୍ରଫୁଲ୍ଲ କୁମାର ସାହୁ, କମିଟି ସଭ୍ୟା ମିନାକ୍ଷର ସାହୁ, କମିଟିର ଉପ-ସଭାପତି ପୂର୍ଣ୍ଣୀମା ଦତ, ପ୍ରମିଳା ସାହୁ, ପୁଷ୍ପିତା ସିଂହ, କଳ୍ପନା ସିଂହ, ପ୍ରମିଳା ସିଂହ, ଲକ୍ଷ୍ମୀଧର ପୃଷ୍ଟି, ନମିତା ଦାସ, ରୁନା ଦାସ, ଗୀତାଞ୍ଜଳି ସାହୁଙ୍କ ସହ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *