Thursday , June 24 2021
Breaking News
Home / ଶିକ୍ଷା /    ଜେନିଥ ଇଂଟରନାସନାଲ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ

   ଜେନିଥ ଇଂଟରନାସନାଲ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ

 

କେନ୍ଦ୍ରାପଡା ୧୬/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ଇଛାପୁର ନିକଟସ୍ଥ ଜେନିଥ ଇଂଟରନାସନାଲ ସ୍କୁଲରେ ୭୩ତମ ସ୍ୱାଧୀନତା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲ ପରିସରରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟାପକ ପ୍ରଭାତରଞ୍ଜନ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗେ ଦେଇ ପତାକା ଉତୋଳନ କରିଥିଲେ । ଛାତ୍ରଛାତ୍ରୀମାନେ ସମବେତ ଭାବେ ଜାତୀୟ ସଂଗୀତ ଗାନ କରିବା ପରେ ମାର୍ଚ୍ଚପାଷ୍ଟ ଅନୁଷ୍ଠିତ ହୋଇଥିଲା । ଏହାପରେ ସ୍କୁଲ ପରିଚାଳନା କମିଟି ସଭାପତି ଇଂ ଚିତରଂଜନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍କୁଲ ପରିଚାଳନାକମିଟି ନିର୍ଦେଶକ ଇଂ ରାୟବାହାଦୂର ବିକ୍ରମକେଶରୀ, ଅଧ୍ୟାପକ ଚନ୍ଦ୍ରକାନ୍ତ ନାୟକ, ବ୍ୟବସ୍ଥାପକ ଗାୟତ୍ରୀ ପାତ୍ର, ଶିକ୍ଷକ/ଶିକ୍ଷୟତ୍ରୀ ପ୍ରେମାନନ୍ଦ ଜେନା, ବି.ଏନ.ଦାସ, ରାକେଶ ବିଶ୍ୱାଳ, ଶୁଭମ ମହାରଣା, ସାଶ୍ୱତୀ ସୁଚରିତା ମହାପାତ୍ର, ଭାଗ୍ୟଶ୍ରୀ ପ୍ରଧାନ,  ପ୍ରିୟଙ୍କା ଜେନା, ଅନୀତା ବାରିକ, ଶୈଳଜା ବରାଳ, ରିହାନା ଏନାମ, ପ୍ରୟମ୍ବଦା ସାହୁ, ହାପି ସିଂ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସ୍ୱାଧୀନତା ଦିବସ ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ଗାନ,ପିରାମିଡ ପ୍ରଦର୍ଶନ,ସମବେତ ନୃତ୍ୟ  ପରିବେଷଣ କରାଯାଇଥିଲା । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।  ରକ୍ଷାବନ୍ଧନ ଉତ୍ସବ ଉପଲକ୍ଷେ ସ୍କୁଲର ଛାତ୍ରୀମାନେ ଛାତ୍ରମାନଙ୍କ ହାତରେ ରକ୍ଷାବନ୍ଧନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ନବ ନିଯୁକ୍ତ ଶିକ୍ଷକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ

କେନ୍ଦ୍ରାପଡ଼ା, ୦୬/୦୬/୨୦୨୧(ଓଡ଼ିଶା ସମାଚାର)-ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପଦୋନ୍ନତି ପାଇଥିବା ୧୨ଜଣ ନବ ନିଯୁକ୍ତ ଶିକ୍ଷକ ଓ ଜିଲ୍ଲା ଶିକ୍ଷା …

Leave a Reply

Your email address will not be published. Required fields are marked *