Sunday , June 20 2021
Home / ବିଶେଷ / ଜେକେ ପେପର ମିଲ୍ ବନ୍ଦ ହେବାରୁ ଜୀବିକା ହରାଇଛନ୍ତି ୧୦ ହଜାର ପରିବାର

ଜେକେ ପେପର ମିଲ୍ ବନ୍ଦ ହେବାରୁ ଜୀବିକା ହରାଇଛନ୍ତି ୧୦ ହଜାର ପରିବାର

ଭୁବନେଶ୍ୱର, ୧୪/୦୭/୨୦୧୯ (ଓଡ଼ିଶା ସମାଚାର)- କୋରାପୁଟର ଜେ କେ ପେପର ମିଲ୍ ବନ୍ଦ ହୋଇଯିବା ଫଳରେ ୧୦ ହଜାର ପରିବାର ଜୀବିକା ହରାଇଛନ୍ତି ଏବଂ ସେମାନେ ଅନଶନରେ ବସିଛନ୍ତି । ସେମାନଙ୍କ ସମସ୍ୟା ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ବିଧାନସଭାରେ ଧାରଣାାକାରୀ ପଶିବେ ବୋଲି .କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ସରକାରଙ୍କୁ ସତର୍କ କରାଇଛନ୍ତି । ଅନ୍ୟପକ୍ଷରେ ଏହି ଘଟଣା ଉପରେ ବାହିନୀପତି ଉଦବେଗ ପ୍ରକାଶ କରିବା ସହ ସମାଧାନ ପାଇଁ ତୁରନ୍ତ ଉକ୍ତ ସ୍ତରୀୟ ବୈଠକ ଡାକିବା ପାଇଁ ସରକାରଙ୍କୁ ବାଚସ୍ପତି ନିଦେ୍ର୍ଦଶ ଦେବାପାଇଁ ଦାବି କରିଥିଲେ । ଏମଏସଏମଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଖୁବ୍ ଶୀଘ୍ର ତାଙ୍କ ଉପସ୍ଥିତିରେ ବିଭାଗୀୟ ସଚିବଙ୍କୁ ଡାକି ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବାଚସ୍ପତି ଏସମ୍ପର୍କରେ ନିଦେ୍ର୍ଦଶ ଦେବା ପରେ ମନ୍ତ୍ରୀ ଆଲୋଚନା ନେଇ ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *