Tuesday , June 15 2021
Breaking News
Home / ବିଶେଷ / ଜୁଲାଇରେ ଆଧାର ଭିତିକ ପେମେଂଟ କାରବାର ୨୦୦ ନିୟୁତ ଟପିଲା

ଜୁଲାଇରେ ଆଧାର ଭିତିକ ପେମେଂଟ କାରବାର ୨୦୦ ନିୟୁତ ଟପିଲା

ଭୁବନେଶ୍ୱର,୧୭/୦୮/୨୦୧୯(ଓଡ଼ିଶା ସମାଚାର)-ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ(ଏନପିସିଆଇ) ପକ୍ଷରୁ ଘୋଷଣା କରାଯାଇଛି ଯେ ଆଧାର ଭିତିକ ପେମେଂଟ ବ୍ୟସ୍ଥା (ଏଇପିଏସ)ରେ କାରବାର ୨୦୧୯ ଜୁଲାଇରେ୨୦୦ ନିୟୁତ ମାଇଲଖୁଂଟ ଅତିକ୍ରମ କରିଛି । ଏଇପିଏସ ହେଉଛି ଏକ ବ୍ୟାଙ୍କ ନେତୃତ୍ୱାଧୀନ ମଡେଲ ଯାହା ଆଧାର ସ୍ୱୀକୃତିକୁ ବ୍ୟବହାର କରି ବିଜନେସ କରେସପମେଣ୍ଡଂଟ ମଡେଲ ଜରିଆରେ ପିଓଏସ (ମାଇକ୍ରୋ ଏଟିଏମ)ରେ ବ୍ୟାଙ୍କ କାରବାରର ଇଂଟରଅପରେ ବିଲିଟିକୁ ଅନୁମତିପ୍ରଦାନ କରୁଛି । ଭାରତରେ ଆର୍ଥିକ ଅନ୍ତଭୁର୍କ୍ତୀକରଣ କାର୍ଯ୍ୟକ୍ରମକୁ ଆଗକୁ ବଢାଇବାରେ ଏଇପିଏସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।୨୦୧୯ଜୁଲାଇରେ ଏଇପିଏସରେ୯୬୮୫.୩୫ କୋଟି ଟଙ୍କାର ମୂଲ୍ୟର୨୨୦.୧୮ ନିୟୁତ କାରବାର ହୋଇଛି । ଗତ ବର୍ଷ ଏହି ମାସରେ୮୮୬୭.୩୩ କୋଟି ଟଙ୍କାର୧୯୪.୩୩ ନିୟୁତ କାରବାର ହୋଇଥିଲା । ଜୁଲାଇରେ ମୋଟ୬.୬୫ କୋଟି ଭାରତୀୟ ନାଗରିକଏଇପିଏସ ଜରିଆରେ ବ୍ୟାଙ୍କିଙ୍ଗ ସେବାହାସଲ କରିପାରିଛନ୍ତି । “ଏଇପିଏସ କାରବାର ୨୦୦ ନିୟୁତ କାରବାରସ୍ତର ଟପିବା ଏନପିସିଆଇ ପାଇଁ ମହତ୍ୱପୂର୍ଣ୍ଣ ସଫଳତା ଯାହା ଦ୍ୱାରାଭାରତରେ ଆର୍ଥିକ ଅନ୍ତୁର୍ଭକ୍ତୀକରଣଲାଭବାନ ହୋଇଛି । ଭାରତର ଗ୍ରାମୀଣ ଅଂଚଳରେ ଏଇପିଏସ ଆର୍ଥିକଅ”ଭୁର୍କ୍ତୀକରଣର “୪ଏ’ ପ୍ରଦାନକରୁଛି, ଯାହା ହେଉଛି ଗ୍ରାହକଙ୍କ ପାଇଁ ଅସଲି, ସେବାର ଉପଲବ୍ଧତା,ଏଇପିଏସ ଚ୍ୟାନେଲକୁ ହାସଲକରିବା ଏବଂ ଗ୍ରାହକଙ୍କ ପାଇଁମାଗଣାରେ ସୁଲଭତା ସହ ହାସଲକରିବା ବୋଲି ଏନପିସିଆଇର ସିଓଓ ପ୍ରବୀଣା ରାୟ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *