Sunday , June 13 2021
Breaking News
Home / କ୍ରୀଡ଼ା / ଜୁନିୟର ଆନ୍ତଃଜିଲ୍ଲା ସିପକ ଟାକ୍ରା ପ୍ରତିଯୋଗିତା ଉଦ୍ଯାପିତ

ଜୁନିୟର ଆନ୍ତଃଜିଲ୍ଲା ସିପକ ଟାକ୍ରା ପ୍ରତିଯୋଗିତା ଉଦ୍ଯାପିତ

କଟକ, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- କଟକ ବାରବାଟୀ ଷ୍ଟାଡିୟମର ସିପକ ଟାକ୍ରା କମ୍ପେ୍ଲକ୍ସଠାରେ ତିନି ଦିନ ଧରି ଚାଲିଥିବା ୨୦ତମ ଜୁନିୟର ଆନ୍ତଃଜିଲ୍ଲା ସିପକ ଟ୍ରାକ୍ରା ପ୍ରତିଯୋଗିତା  ଉଦ୍ଯାପିତ ହୋଇଯାଇଛି  । ଏହି ପ୍ରତିଯୋଗିତା ଓଡ଼ିଶା ସିପକ ଟାକ୍ରା ସଂଘ ଓ କଟକ ସିପକ ଟାକ୍ରୋ ସଂଘ ମିଳିତ ଆନୁକୂଲ୍ୟରେ ରାଜ୍ୟର ୨୨ଟି ବାଳକ ଓ ବାଳିକା ଦଳ ଅଂଶ ଗ୍ରହଣ କରିଥିଲେ  । ବାଳିକା ବିଭାଗରେ କଟକ ଦଳ ୨-୦ ଭଦ୍ରକକୁ ହରାଇ ଚାମ୍ପିଅନ ହୋଇଥିବା ବେଳେ ବାଳକ ବିଭାଗରେ କିସ୍ ଦଳ ୨-୦ରେ ଭଦ୍ରକକୁ ହରାଇ ଚାମ୍ପିଅନ ହୋଇଛି  । ଉଦ୍ଯାପନୀ ଉତ୍ସବ ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇ କୋର୍ଟ ବାର ଆସୋସିଏସନ ଉପସଭାପତି ପିଉଷ କୁମାର ମିଶ୍ର, ଅତିଥି କ୍ରିମିନାଲ କୋର୍ଟ ବାର ଆସୋସିଏସନର ସଭାପତି ସୁବାଷ ଚନ୍ଦ୍ର ମହାନ୍ତି, ଜାତୀୟ ସିପକ ଟାକ୍ରୋ ସଂଘରେ ଉପସଭାପତି ବିମଳ ପାଲ ଯୋଗ ଦେଇ ଜୁନ୍ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଇନାର କୁମିଙ୍ଗଠାରେ ଏସିଆନ ସିପକ ଟାକ୍ରୋ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ବିଜୟୀ ଜାତୀୟ ଦଳରେ ପ୍ରତିନିଧିତ୍ୱ କରିଥିବା ଓଡ଼ିଶାର ଦୁଇ କ୍ରୀଡାବିତ୍ ମଧୁସ୍ମିତା ବେହେରା ଓ ଇତିଶ୍ରୀ ସାମଲ ସମ୍ବର୍ଦ୍ଧିତ କରିବା ସହ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଘର ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କଟକ ଜିଲ୍ଲାର ସମ୍ପାଦକ ଅକ୍ଷୟ କୁମାର ସାହୁ ଓ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ  । ଉଦ୍ଯାପନୀ ସଭାକୁ ସଂଘର ଉପସଭାପତି ମହମ୍ମଦ ଗୁଲଫାମ ସୁଚାରୁ ରୂପେ ପରିଚାଳିତ କରିଥିବା ବେଳେ ଶେଷରେ କୋଷାଧ୍ୟକ୍ଷ ନିରୋଦ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ୨୬ରେ ସିନିୟର ଓ ୧୯ବର୍ଷରୁ କମ୍ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟ

ପାରାଦୀପ ୨୪/୦୩/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଦ୍ୱାରା ହେବାକୁ ଥିବା ସିନିୟର ଓ ୧୯ବର୍ଷରୁ …

Leave a Reply

Your email address will not be published. Required fields are marked *