Sunday , August 1 2021
Breaking News
Home / ତାଜା ଖବର / ଜୁନାଗଡ଼ କାଞ୍ଚନ ଜ୍ୱେଲର୍ସ ସୁନାଗହଣା ଲୁଟ ମାମଲାରେ ଜଣେ ଅଭିଯୁକ୍ତ ଗିରଫ

ଜୁନାଗଡ଼ କାଞ୍ଚନ ଜ୍ୱେଲର୍ସ ସୁନାଗହଣା ଲୁଟ ମାମଲାରେ ଜଣେ ଅଭିଯୁକ୍ତ ଗିରଫ

ଜୁନାଗଡ଼ ୦୮/୦୫/୨୦୨୧(ଓଡ଼ିଶା ସମାଚାର/ରାକେଶ ବେମାଲ)- କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ପୋଲିସ ଗତ ମାର୍ଚ୍ଚ ମାସ ରେ କାଞ୍ଚନ ଜ୍ୱେଲର୍ସ ସୁନାଗହଣା ଲୁଟ ଘଟଣା ରେ ଆଜି ଜଣେ ଅଭିଯୁକ୍ତ କୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର ଥିବା ଜଣାପଡିଛି ।
ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜ଼ିଲ୍ଲା ର ଆସ୍କା ଥାନା ଅନ୍ତର୍ଗତ ପାକେଲାପଲ୍ଲୀ ଗ୍ରାମ ର ଦାଶ ସୁରେଶ , ବୟସ ୩୫ ବର୍ଷ । ଅଭିଯୁକ୍ତ ଦାଶ ସୁରେଶ ଠାରୁ ଜୁନାଗଡ଼ ପୋଲିସ ୭୨ ଗ୍ରାମ ସୁନା ଓ ୮୦୦ ଗ୍ରାମ ରୁପା ଗହଣା ଜବତ କରିଛି ।
ଜୁନାଗଡ଼ ପୋଲିସ ସୂତ୍ର ରୁ ପ୍ରକାଶ ଯେ ଗତ ମାର୍ଚ୍ଚ ମାସ ୧୦ ତାରିଖ ସକାଳ ୯ ଟା ସମୟ ରେ ଜୁନାଗଡ଼ ର କାଞ୍ଚନ ଜ୍ୱେଲର୍ସ ମାଲିକ ରଞ୍ଜନ କୁମାର ସାହୁ ତାଙ୍କ ଦୋକାନ ସଟର ଖୋଲୁଥିବା ବେଳେ କେତେକ ଦୃବୁର୍ତ୍ତ ଗହଣା ବ୍ୟାଗ କୁ ଝାମ୍ପି ନେବା ସହ ଏକ ମୋଟର ସାଇକେଲ ଯୋଗେ ଫେରାର ହୋଇ ଯାଇଥିଲେ ।
କାଞ୍ଚନ ଜ୍ୱେଲର୍ସ ମାଲିକ ରଞ୍ଜନ କୁମାର ସାହୁ ଏ ସମ୍ପର୍କ ରେ ଜୁନାଗଡ଼ ଥାନା ରେ ଉକ୍ତ ଦିନ ଏକ ଏତଲା ଦେଇ ଥିଲେ । ଜୁନାଗଡ଼ ପୋଲିସ ସବ ଇନିସ୍ ପେକ୍ଟର ଶ୍ରୀ କୃଷ୍ଣ ଚନ୍ଦ୍ର ସ୍ୱାଇଁ ଓ ଥାନା ଅଧିକାରୀ ଶ୍ରୀ ଉତ୍ତମ କୁମାର ସାହୁ ଏହି ଲୁଟ ଘଟଣା ର ଅନୁସନ୍ଧାନ ଜାରି ରଖିଥିଲେ ।
ଆଜି ଉକ୍ତ ସୁନାଗହଣା ଲୁଟ ଘଟଣା ରେ ଦାଶ ସୁରେଶ କୁ ଗିରଫ କରି ଲୁଟ ସୁନା ଓ ରୁପା ଗହଣା ଜବତ କରିଥିବା ଜୁନାଗଡ଼ ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଓଡ଼ିଶା ସମାଚାର

About admin

Check Also

୨୦୦୮ କନ୍ଧମାଳ ଦଙ୍ଗା ମାମଲା : ୩୦ ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ କାରାଦଣ୍ଡ ସହ ୧ ହଜାର ଟଙ୍କା ଲେଖାଏଁ  ଜୋରିମାନା

ବାଲିଗୁଡା,୨୯/୦୭/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ବିଚାର କରି କନ୍ଧମାଳ ଜିଲ୍ଲା କୋଟଗଡ …

Leave a Reply

Your email address will not be published. Required fields are marked *