Tuesday , June 15 2021
Breaking News
Home / ବିଶେଷ / ଜୀବନ ଜ୍ୟୋତି କଳା ପରିଷଦ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଚେତନତା କାର୍ଯ୍ୟକ୍ରମ 

ଜୀବନ ଜ୍ୟୋତି କଳା ପରିଷଦ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଚେତନତା କାର୍ଯ୍ୟକ୍ରମ 

ବାଲିଗୁଡା, ୨୭/୦୪/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତବର୍ଷ ପୁଣି କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମ ପଞ୍ଚାୟତରେ ଜୀବନ ଜ୍ୟୋତି କଳା ପରିଷଦ ତରଫରୁ  ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାରଖମା ହାଇସ୍କୁଲ ଛକଠାରୁ ରାଜିବ ଗାନ୍ଧୀ ସେବା କେନ୍ଦ୍ର ପର୍ଯ୍ୟନ୍ତ ଏକ ପଦଯାତ୍ରା କରି ଦୋକାନ ବଜାର,ଛକ, ବ୍ୟାଙ୍କ, ଅଫିସ ସବୁଠି ଲୋକ ମାନଙ୍କୁ କରୋନା ସଚେତନ ବାର୍ତ୍ତା ଜଣାଇ ଦିଆଯାଇଥିଲା। ପରିଷଦର ସଦସ୍ୟ ମାନେ ମାସ୍କ ବଣ୍ଟନ କରିବା ସହ  କରୋନା ସମ୍ପର୍କିତ ପ୍ରଚାର ପତ୍ର ବଣ୍ଟନ କରି ସ୍ଲୋଗାନ ମାନ ଦେଇଥିଲେ।  ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର ସରପଞ୍ଚ କୁନାର ପ୍ରଧାନ, ବାଲିଗୁଡା ଉପଖଣ୍ଡ କଳାକାର ସଂଘର  ସହ ସମ୍ପାଦକ ଦେବରାଜ କୈବର୍ତ୍ତ, ଚିତ୍ରକର ସନୁ ମହାରଣା ଏବଂ ଜୀବନ ଜ୍ୟୋତି କଳା ପରିଷଦର ସମ୍ପାଦକ ତଥା ସମାଜ ସେବୀ  ପରମାନନ୍ଦ ନାୟକ,ସହ ସମ୍ପାଦକ  ହେବଳ ଦିଗାଳ, କୋଷାଧ୍ୟକ୍ଷ ଖ୍ରୀଷ୍ଟଦାସ ଦିଗାଳ, ଉପଦେଷ୍ଟା  ଲକ୍ଷ୍ମୀନାରାୟଣ ଦଣ୍ଡିଆ, ସୁବାସ ବିନ୍ଧାଣି, ଦିଗସନ ନାୟକ,ଭାନୁ ନାୟକ, ଜମ୍ବେଶ୍ଵର ଦିଗାଳ, ବିରାଜ କୁମାର ନାୟକ,ଥମା ନାୟକ,ଜୟସେନ ମଲିକ, ସୁରେନ୍ଦ୍ର ମଳିକ ପରିଷଦର ସମସ୍ତ କଳାକାର ଗଣ ଉପସ୍ଥିତ ଥିଲେ। ସରପଞ୍ଚ  କୁନାଳ ପ୍ରଧାନ ଜୀବନ ଜ୍ୟୋତି କଳା ପରିଷଦର ଏହି ସଚେତନ କାର୍ଯ୍ୟକୁ ପ୍ରଶଂସା କରି ସହଯୋଗ କରିଥିଲେ। ଆଗାମୀ ସମୟରେ ମଧ୍ୟ ସରକାରଙ୍କ କରୋନା ସମ୍ପର୍କିତ ବିଭିନ୍ନ ସଚେତନ କାର୍ଯ୍ୟକ୍ରମରେ  ନିୟୋଜିତ ହେବୁ ବୋଲି ସମ୍ପାଦକ ପରମାନନ୍ଦ ନାୟକ ମତପ୍ରକାଶ କରିଛନ୍ତି । ଓଡିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *