Saturday , July 31 2021
Breaking News
Home / ବିଶେଷ / ଜୀବନ ଜୀବିକା ର ଦ୍ବନ୍ଦରେ ନିମ୍ନ ଓ ମଧ୍ୟ ବିତ ପରିବାର

ଜୀବନ ଜୀବିକା ର ଦ୍ବନ୍ଦରେ ନିମ୍ନ ଓ ମଧ୍ୟ ବିତ ପରିବାର

କଳାହାଣ୍ଡି , ୧୭/୦୫/୨୦୨୧(ଓଡ଼ିଶା ସମାଚାର/ସଞ୍ଜୟ କୁମାର ସିଂହ) – ନିମ୍ନ ଓ ମଧ୍ୟ ବିତ ପରିବାରର ସଦସ୍ୟ ପ୍ରତ୍ୟହ ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟ କରି ଦୁଇ ପଇସା ଆଣିଲେ ହିଁ ପରିବାର ଚାଲେ। କିନ୍ତୁ କରୁଣା ମହାମାରି ର ଦୁତିୟ ଲହର ସେହି ନିତିଦିନିଆ ଜୀବନ ଶୈଳୀରେ ଏକ ରକମ ପୁର୍ଣ୍ଣଛେଦ ପୋକାଇ ଦେଇଛି। କଳାହାଣ୍ଡି ଜିଲ୍ଲାର ଧର୍ମ ଗଡ଼ ଓଏହାର ଆଖପାଖ ଅଞ୍ଚଳର ବସବାସ କରୁଥିବା ଅଧିକାଂଶ ପରିବାର ଶ୍ରମଦାନ ଓ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସେହିପରି ଅନେକ କ୍ଷୁଦ୍ର ବ୍ୟବସାୟୀ ଦୋକାନ ବଜାର ରେ ବିକ୍ରି ବଟା କଲେ ହିଁ ପରିବାର ଚଳେ ଲକଡାଉନ, ସଟଡାଉନ କଟକଣା ସମସ୍ତ ସାଧାରଣ ଲୋକଙ୍କ ଜୀବନ ଜିବୀକା କ୍ଷେତ୍ରରେ ଅସୁବିଧା ଦେଇ ଗତି କରୁଛି ସାଧାରଣ ଜନତା। ପାନ,ଚା ଦୋକାନ, ହୋଟେଲ   ବନ୍ଦ ରଖିବାକୁ ସରକାରି ନିର୍ଦେଶ ରହିଛି। ବିଭିନ୍ନ ଯାନ ବାହାନ ଚଳାଚଳ କୁ ବାରଣ କରାଯାଇଛି।ଯାନ ବାହାନ ଚଳାଚଳ ବନ୍ଦ ହେବା ଫଳରେ ଡ୍ରାଇଭର  ଓ ହେଲପର ସମ୍ପୁର୍ଣ୍ଣ ଭାବରେ ଜିବିକା ହରାଇଛନ୍ତି।ସେହିପରି ବିବାହ,ବ୍ରତ ପରି ମାଙ୍ଗଳିକ କାର୍ଯ୍ୟକ୍ରମ ଉପରେ କଟକଣା ହୋଇଥିବା ଯୋଗୁ ଟେଣ୍ଟ ଲାଇଟ ଆଣ୍ଡ,ସାଉଣ୍ଡ ,ବ୍ୟାଣ୍ଡ ପାଟି, ଭିଡ଼ିଓ, କ୍ୟାମେରା ବ୍ୟବସାୟ ବନ୍ଦ ହୋଇଛି। ଏଥି ସହିତ ଜଡିତ ବ୍ୟକ୍ତି ରୋଜଗାର ଏକ ପ୍ରକାର ବନ୍ଦ ହୋଇଯାଇଛି। ଏହି ଶ୍ରମିକ ଏବଂ ମଧ୍ୟବିତ ,ଛୋଟ ବ୍ୟବସାୟୀ ଙ୍କ ପ୍ରତି ସରକାର ଦୃଷ୍ଟି ଦେବା କୁ ସାଧାରଣରେ ଦାବି ହେଉଛି ।ଓଡିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *