Tuesday , June 15 2021
Breaking News
Home / ବିଶେଷ / ଜୀବନ୍ତ ପ୍ରକୃତି ଚିତ୍ରଣରେ ମେହେର ଅପ୍ରତିଦ୍ୱନ୍ଦୀ  – ହିରଣ୍ୟ ମହାନ୍ତିଙ୍କୁ “ସ୍ୱାଭାବକବି ଗଙ୍ଗାଧର ମେହର ସମ୍ମାନ’’

ଜୀବନ୍ତ ପ୍ରକୃତି ଚିତ୍ରଣରେ ମେହେର ଅପ୍ରତିଦ୍ୱନ୍ଦୀ  – ହିରଣ୍ୟ ମହାନ୍ତିଙ୍କୁ “ସ୍ୱାଭାବକବି ଗଙ୍ଗାଧର ମେହର ସମ୍ମାନ’’

ଗରଦପୁର,୧୭/୦୮/୨୦୧୯(ଓଡ଼ିଶା ସମାଚାର)-ସୌନ୍ଦର୍ଯ୍ୟବୋଧ ଓ ଜୀବନ୍ତ ପ୍ରକୃତି ଚିତ୍ରଣରେ କବି ଗଙ୍ଗାଧର ହେଉଛନ୍ତି ସର୍ବଶ୍ରେଷ୍ଠ କାବ୍ୟସାଧକ । ପୌରାଣିକ, ଐତିହାସିକ ବିଷୟବସ୍ତୁ କୁ ନେଇ ମେହେର ସୃଷ୍ଟି କରିଛନ୍ତି ଅପରୂପ କାବ୍ୟସମ୍ଭାର । ତପସ୍ୱିନୀ, ପଣୟବଲ୍ଲରୀ, କୀଚକବଧ, ପଦ୍ମିନୀ ପ୍ରଭୃତି ମେହେରଙ୍କ ହେଉଛି କାଳଜୟୀ ସୃଷ୍ଟି । ଜାତୀୟତାବାଦକୁ ମଧ୍ୟ ପରିହାର କରିନାହାଁନ୍ତି ମେହେର । ସେହି ମହାନ କାବ୍ୟକାର ସ୍ୱଭାବକବିଙ୍କର ୧୫୭ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଉତ୍ସବରେ ଅତିଥିମାନେ ପୂଣ୍ୟାତ୍ମା ମେହେରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି, ଏହି ମହାନ କବି ଓଡିଶା ମାଟିରେ ଜନ୍ମ ହୋଇ ଓଡିଶାବାସୀଙ୍କୁ ଧନ୍ୟ କରିଛନ୍ତି ବୋଲି ସ୍ୱ ସ୍ୱ ବକ୍ତବ୍ୟ ମାଧ୍ୟମରେ ମତ ରଖିଥିଲେ ।
ସ୍ଥାନୀୟ କଳାବୁଦା ପଂଚାୟତ ଉଚ୍ଚବିଦ୍ୟାଳୟର ପ୍ରେକ୍ଷାଳୟରେ ପାଟକୁରା ସାରସ୍ୱତ ପରିଷଦ ପକ୍ଷରୁ ଆୟୋଜିତ ମେହେରଙ୍କ ୧୫୭ତମ ଜୟନ୍ତୀ ଉସô୍ବରେ ଅଧ୍ୟକ୍ଷତା କରିଥିଲେ ପରିଷଦର ସଭାପତି ବିଶିଷ୍ଟ ସମାଜସେବୀ ଶୈଳେନ୍ଦ୍ର ମହାନ୍ତି । ମୁଖ୍ୟଅତିଥି ରୂପେ ସ୍ତମ୍ଭକାର ଓ ବାଗ୍ମୀ ହିରଣ୍ୟ ମହାନ୍ତି ଯୋଗଦାନ କରିଥିଲା ବେଳେ ବିଶିଷ୍ଟ ଅତିଥି ରୂପେ ଯୋଗଦାନ କରିଥିଲେ ପ୍ରାଧ୍ୟାପକ ନିରୋଦ କୁମାର ଦାସ । ମୁଖ୍ୟବକ୍ତା ରୂପେ ଯୋଗଦାନ କରିଥିଲେ ଅଧ୍ୟାପିକା ଡ. ବିଚିତ୍ରାମଞ୍ଜରୀ ତ୍ରିପାଠୀ ଓ ସମ୍ମାନନୀୟ ଅତିଥିରୂପେ ଯୋଗଦାନ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ମିଶ୍ର । ମଂଚାସୀନ ଅତିଥିମାନେ ସ୍ୱଭାବକବିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସାରିଲାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମେହେରଙ୍କ ରଚିତ “ବିଶ୍ୱ ଜୀବନ ହେ ତୁମ ତ କରୁଣା ସିନ୍ଧୁ’’କୁ ସମବେତ କଣ୍ଠରେ ଗାନ କରିଥିଲେ । ମଙ୍ଗଳାଷ୍ଟକ ପାଠ କରିଥିଲେ ପଣ୍ଡିତ ପ୍ରଭାତ କୁମାର ଶତପଥୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଶିକ୍ଷୟିତ୍ରୀ ପ୍ରତିମା ରଥ । ମୁଖ୍ୟ ଅତିଥି “ମେହେର ସାହିତ୍ୟରେ ସୌନ୍ଦର୍ଯ୍ୟବୋଧ ଓ ପ୍ରକୃତି ପ୍ରାଣତା’’, ବିଶିଷ୍ଟ ଅତିଥି “ମେହେର ସାହିତ୍ୟରେ ଛାନ୍ଦ ଓ ରାଗରାଗିଣୀ’’, ମୁଖ୍ୟବକ୍ତା “ମେହେର ସାହିତ୍ୟରେ ସାମାଜିକ ଦୃଷ୍ଟିଭଙ୍ଗୀ ଓ ସ୍ୱଭାଷାପ୍ରୀତି’’ ଏବଂ ସମ୍ମାନନୀୟ ଅତିଥି “ମେହେର ସାହିତ୍ୟରେ ଜାତୀୟତାବାଦ’’ ବିଷୟବସ୍ତୁ ଉପରେ ବକ୍ତୃତା ପ୍ରଦାନ କରିଥିଲେ । ଏହି ଅବସରରେ ମେହେର ସାହିତ୍ୟରେ ଅପୂର୍ବ ପାରଦର୍ଶିତାପାଇଁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାନ୍ତିଙ୍କୁ “ସ୍ୱାଭାବକବି ଗଙ୍ଗାଧର ମେହେର ସମ୍ମାନ’’ରେ ସାରସ୍ୱତ ପରିଷଦ ସମ୍ମାନିତ କରିଥିଲେ । ମେହେରଙ୍କ ସାହିତ୍ୟ କୃତିକୁ ନେଇ ପ୍ରବନ୍ଧ ଓ ସାହିତ୍ୟଧନ୍ଦା ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷକ ହେମନ୍ତ କୁମାର ସେଠୀ ଓ ବୈଦ୍ୟନାଥ ସ୍ୱାଇଁ ସଭାପରିଚାଳନା କରିଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଶରତ ଚନ୍ଦ୍ର ସାହୁ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *