Wednesday , June 16 2021
Breaking News
Home / ବିଶେଷ / ଜିଲ୍ଲା ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଗଠନ ପକ୍ଷରୁ  ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ନ୍ଧନା

ଜିଲ୍ଲା ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଗଠନ ପକ୍ଷରୁ  ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ନ୍ଧନା

କେନ୍ଦ୍ରାପଡା ୨୬/୦୬/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଗଠନ ପକ୍ଷରୁ ନୂତନ ଜିଲ୍ଲାପାଳ  ସାର୍ଥକ ବର୍ମାଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା ଗଠନର ୨୬ ବର୍ଷ ମଧ୍ୟରେ ୪୫ ଜିଲ୍ଲାପାଳଙ୍କ ବଦଳି ଯାହା ବିକାଶ ଧାରାର ଅନ୍ତରାୟ । ପାରମ୍ପାରିକ ରୀତିରେ ଜିଲ୍ଲାପାଳଙ୍କୁ ସଂଗଠନର ସଭାପତି ଡଃ. ଉପେନ୍ଦ୍ର ନାଥ ପ୍ରଧାନ, ମୁଖ୍ୟ ଉପଦେଷ୍ଟା ଅଧ୍ୟାପକ ଅଜୟ ସାମଲ, ସଂପାଦକ କରୁଣାକର ଦାସ, ବୈଷ୍ଣବ ଚରଣ ସ୍ୱାଇଁ, କୃତିବାସ ସ୍ୱାଇଁ, ମନ୍ମଥ ନାଥ ରାଉତ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ନିରଞ୍ଜନ ଖଟୁଆ ପ୍ରମୁଖ ଜିଲ୍ଲାପାଳଙ୍କ ସହ ଜିଲ୍ଲାର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ବରିଷ୍ଠ ନାଗରିକମାନଙ୍କଠାରୁ ପ୍ରମୁଖ ସମସ୍ୟା ସଂପର୍କରେ ଜାଣିବାକୁ ଚାହିଁଥିଲେ । ଉପଦେଷ୍ଟା ଅଧ୍ୟାପକ ସାମଲ କେନ୍ଦ୍ରାପଡା ଏକ କୃଷିଭିତିକ ଜିଲ୍ଲା ହୋଇଥିବାରୁ ଜଳସେଚନର ସୁବିଧା, ଶୀତଳ ଭଣ୍ଡାର ପ୍ରତିଷ୍ଠା, ରାଜ୍ୟର ସର୍ବ ପୁରାତନ ପୈାର ସଂସ୍ଥା କେନ୍ଦ୍ରାପଡାର ସୈାନ୍ଧର୍ଯ୍ୟକରଣ ପାଇଁ ପାର୍କ ନିର୍ମାଣ ଓ ଆଲୋକ ସଜ୍ୟାର ଆବଶ୍ୟକତା ଏବଂ  କେନ୍ଦ୍ରାପଡା ମୁଖ୍ୟ କେନାଲ୍ର ପୁନରୁଦ୍ଧାର ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲୀପ କୁମାର ପରିଡା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗଲୱାନ  ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରଷ୍ଟ୍ର ନିର୍ମାଣ ଅଭିଯାନ ପକ୍ଷରୁ ଗଲଓା୍ୱନ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ …

Leave a Reply

Your email address will not be published. Required fields are marked *